ରିପୋର୍ଟ କାର୍ଡ / ଝାରସୁଗୁଡ଼ା
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୋମବାର କ୍ରାଇମବ୍ରାଞ୍ଚ ଦଳ ଝାରସୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଙ୍କ ଅଦାଲତରେ ଅଭିଯୁକ୍ତ ଗୋପାଳକୁ ହାଜର କରାଯାଇଥିଲା । ତେବେ ଏହା ମଧ୍ୟରେ ତିନି ଥର ରିମାଣ୍ଡ ଶେଷ ହୋଇଥିବା ବେଳେ ଆଉ ରିମାଣ୍ଡର ଆବେଦନ କରାଯାଇ ନ ଥିବା ବିଧିବଦ୍ଧ ପ୍ରକ୍ରିୟା ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ସିଆରପିସି-୧୬୪ ଧାରା ଆଧାରରେ ବୟାନ ରେକର୍ଡ ହୋଇ ପାରିନଥିଲା | ଆଜି ପୂର୍ବାହ୍ନରେ ଗୋପାଳର ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି |






More Stories
ପଥର ଖୋଲରୁ ନାବାଳକ ଉଦ୍ଧାର…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ…..
ଜନଗଣନା ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ…..