Report Card Odisha

| Daily Odia News

‘ବିବିସି’ ଅଫିସ୍‌ରେ ଆୟକର ଚଢ଼ଉ ଜାରି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆୟକର ଅଧିକାରୀମାନେ ଆଜି ଦ୍ବିତୀୟ ଦିନରେ ବି ‘ବିବିସି’ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଚଢ଼ାଉ ଜାରିରହିଛି | ଏଥିପାଇଁ ପ୍ରସାରଣ ବିଭାଗକୁ ଛାଡ଼ି ବାକି ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ ‘ବିବିସି’ ଇ-ମେଲ୍‌ ଦ୍ୱାର ଜଣାଇଦିଆଯାଇଛି । ସମସ୍ତ କର୍ମଚାରୀଙ୍କୁ ପଠାଇଥିବା ଇ-ମେଲ୍‌ରେ ‘ବ୍ରିଟିସ୍‌ ବ୍ରଡ୍‌କାଷ୍ଟିଙ୍ଗ୍‌ କର୍ପୋରେସନ୍‌’ କହିଛି, ଯଦି ବ୍ୟକ୍ତିଗତ ଆୟ ବିଷୟରେ ପଚରାଯାଏ ତା’ହେଲେ କର୍ମଚାରୀମାନେ ଉତ୍ତର ନ ଦେଲେ ଚଳିବ। କିନ୍ତୁ, କର୍ମଚାରୀମାନେ ବେତନ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେବା ଉଚିତ। ସମସ୍ତ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇ ଆୟକର ଅଧିକାରୀମାନଙ୍କୁ ସହଯୋଗ କରିବା ଲାଗି ‘ବିବିସି’ ତା’ର କର୍ମଚାରୀଙ୍କୁ ପରାମର୍ଶ ଦେଇଛି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୨୦୦୨ର ଗୁଜରାଟ ଦଙ୍ଗା ଉପରେ ଆଧାରିତ ବିବାଦୀୟ ବୃତ୍ତଚିତ୍ର ପ୍ରସାରଣ କରିବାର କେତେ ସପ୍ତାହ ପରେ ଭାରତୀୟ ଆୟକର ଅଧିକାରୀମାନେ ଦେଶରେ ଥିବା ‘ବିବିସି’ କାର୍ଯ୍ୟାଳୟରେ ମଙ୍ଗଳବାର  ଚଢ଼ଉ କରିଥିଲେ।

Breaking News