ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆୟକର ଅଧିକାରୀମାନେ ଆଜି ଦ୍ବିତୀୟ ଦିନରେ ବି ‘ବିବିସି’ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଚଢ଼ାଉ ଜାରିରହିଛି | ଏଥିପାଇଁ ପ୍ରସାରଣ ବିଭାଗକୁ ଛାଡ଼ି ବାକି ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ ‘ବିବିସି’ ଇ-ମେଲ୍ ଦ୍ୱାର ଜଣାଇଦିଆଯାଇଛି । ସମସ୍ତ କର୍ମଚାରୀଙ୍କୁ ପଠାଇଥିବା ଇ-ମେଲ୍ରେ ‘ବ୍ରିଟିସ୍ ବ୍ରଡ୍କାଷ୍ଟିଙ୍ଗ୍ କର୍ପୋରେସନ୍’ କହିଛି, ଯଦି ବ୍ୟକ୍ତିଗତ ଆୟ ବିଷୟରେ ପଚରାଯାଏ ତା’ହେଲେ କର୍ମଚାରୀମାନେ ଉତ୍ତର ନ ଦେଲେ ଚଳିବ। କିନ୍ତୁ, କର୍ମଚାରୀମାନେ ବେତନ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେବା ଉଚିତ। ସମସ୍ତ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇ ଆୟକର ଅଧିକାରୀମାନଙ୍କୁ ସହଯୋଗ କରିବା ଲାଗି ‘ବିବିସି’ ତା’ର କର୍ମଚାରୀଙ୍କୁ ପରାମର୍ଶ ଦେଇଛି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୨୦୦୨ର ଗୁଜରାଟ ଦଙ୍ଗା ଉପରେ ଆଧାରିତ ବିବାଦୀୟ ବୃତ୍ତଚିତ୍ର ପ୍ରସାରଣ କରିବାର କେତେ ସପ୍ତାହ ପରେ ଭାରତୀୟ ଆୟକର ଅଧିକାରୀମାନେ ଦେଶରେ ଥିବା ‘ବିବିସି’ କାର୍ଯ୍ୟାଳୟରେ ମଙ୍ଗଳବାର ଚଢ଼ଉ କରିଥିଲେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….