ରିପୋର୍ଟ କାର୍ଡ / ଢେଙ୍କାନାଳ
ଢେଙ୍କାନାଳ ପୋଲିସ କଲୋନୀରରୁ ଜଣେ କନେଷ୍ଟବଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି | ମୃତ କନେଷ୍ଟବଳ ହେଉଛନ୍ତି ସୁନିତା ନାୟକ | ତାଙ୍କ ଘର ସଦର ଥାନା ବିଦାବନ୍ଧ ଗ୍ରାମରେ ବୋଲି ଜଣାପଡିଛି | ସୁନିତା ଓ ତାଙ୍କ ସ୍ୱାମୀ ଉଭୟ କନେଷ୍ଟବଳ । ସୁନିତା ପରିବାର ସହ ଢେଙ୍କାନାଳ ରିଜର୍ଭ ପୋଲିସ ଲାଇନ ସ୍ଥିତ ପୋଲିସ କଲୋନୀରେ ରହୁଥିଲେ । ଗତ ରାତିରେ କୁଆଡେ ପାରିବାରିକ କଳହ ହୋଇଥିବା ସୂଚନା ମିଳିଛି । ଭୋର ସମୟରେ ସୁନିତା ଘର କଡ଼ିରେ ପିନ୍ଧା ଲୁଗା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ସକାଳେ ଖବର ପାଇ ଟାଉନ ପୋଲିସ ମୃତଦେହ ଜବତ କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଛି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..