Report Card Odisha

| Daily Odia News

୬୦ ସ୍ଥାନରେ ‘ଏନ୍‌ଆଇଏ’ର ଚଢ଼ଉ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଇଏସ୍‌ଆଇଏସ୍‌ ସହିତ ସମ୍ପୃକ୍ତି ଥିବା ସନ୍ଦେହରେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ ସମଗ୍ର କର୍ଣ୍ଣାଟକ, ତାମିଲନାଡୁ ଏବଂ କେରଳର ପ୍ରାୟ ୬୦ଟି ସ୍ଥାନରେ ଚଢ଼ଉ କରିଛି। ଗତବର୍ଷ ତାମିଲନାଡୁର କୋଇମ୍ବାଟୁର୍‌ ଏବଂ କର୍ଣ୍ଣାଟକର ମାଙ୍ଗାଲୁରୁରେ ହୋଇଥିବା ବିସ୍ଫୋରଣ ଘଟଣାରେ ଜଡ଼ିତ ଥିବା ମାମଲାରେ ଏହି ଚଢ଼ଉ ଓ ତଲାସ ଚାଲିଥିବାନେଇ ଜଣାପଡିଛି | ପୋଲିସ ସୂଚନା ଅନୁସାରେ- ଗତବର୍ଷ ଅକ୍ଟୋବର ମାସରେ କ‌ୋଇମ୍ବାଟୁର୍‌ରେ ହୋଇଥିବା ବିସ୍ଫୋରଣରେ ଜାମେଜା ମୁବିନ୍‌ ନାମରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ‘ଆଇଏସ୍‌ଆଇଏସ୍‌’ ସହିତ ସମ୍ପୃକ୍ତି ଅଭିଯୋଗରେ ମୁବିନ୍‌ଙ୍କୁ ପୋଲିସ ୨୦୧୯ରେ ପଚାର ଉଚରା କରିଥିଲା। କେରଳରେ ୫ଟି ସ୍ଥାନରେ ଓ କର୍ଣ୍ଣାଟକର କେତେକ ସ୍ଥାନ ସମେତ ତାମିଲ୍‌ନାଡୁର ଚେନ୍ନାଇରେ ୩୫ଟି ସ୍ଥାନରେ ‘ଏନ୍‌ଏଆଇ’ ଚଢଉ ଜାରି ରଖିଥିବା କଥା ଉପରୋକ୍ତ ସୂତ୍ରରୁ ଜଣାପଡ଼ିଛି। ଆତଙ୍କବାଦୀ ଭାବେ ଦୀକ୍ଷିତ ହୋଇଛନ୍ତି ବୋଲି କୁହାଯାଉଥିବା ସନ୍ଦିଗ୍ଧ ‘ଆଇଏସ୍‌ଆଇଏସ୍‌’ ସମର୍ଥକଙ୍କ ବିରୋଧରେ ‘ଏନ୍‌ଆଇଏ’ ଚଢ଼ଉ କରୁଛି। ଉପରୋକ୍ତ ଦୁଇ ବିସ୍ଫୋରଣ ଘଟଣାରେ ସେମାନଙ୍କର କିଛି ଯୋଗସୂତ୍ର ଥାଇପାରେ ବୋଲି କୁହାଯାଉଛି। କୋଇମ୍ବାଟୁର୍‌ କାର୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟଣା ଲାଗି ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ କୋଇମ୍ବାଟୁର୍‌ ଏବଂ ମୈଲାଦୁତୁରାଇରେ ଚଢଉ କରୁଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି। ସେହିପରି ତାମିଲନାଡୁର ଏକାଧିକ ଅଞ୍ଚଳରେ ମଧ୍ୟ ଚଢ଼ଉ ଜାରି ଥିବା କଥା ‘ଏଏନ୍‌ଆଇ’ କହିଛି।

Breaking News