Report Card Odisha

| Daily Odia News

ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଉ ଦିନକ ପରେ ମହସିବ ଶିବରାତ୍ରୀ। ରାଜ୍ୟର ବିଭିନ୍ନ ଶୈବ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ନୀତିନିର୍ଘଣ୍ଟ ସ୍ଥିର ହୋଇଛି। ଏଥର ରାତି ୧୦ଟାରେ ମହାଦୀପ ଉଠିବା ନେଇ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମହାଦୀପ ଉଠିବା ପରେ ରାତି ୧୦ରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ନୀତି ରହିଛି। ରାତି ସାଢ଼େ ୩ରୁ ସାଢେ ୪ଟା ମଧ୍ୟରେ ହରିହର ଭେଟ ଏବଂ ପରେ ବଡସିଂହାର ଓ ପହୁଡ଼ ନୀତି ସମ୍ପନ୍ନ ହେବ।

Breaking News