Report Card Odisha

| Daily Odia News

ଘରୋଇ ସ୍କୁଲରେ ପଢ଼ିବେ ଗରିବ ପିଲା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଣିକି ଘରୋଇ ଓଡ଼ିଆ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ିପାରିବେ ଗରିବ ପିଲା । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାରଦର୍ଶୀ ପୋର୍ଟାଲ www.rteparadarshi.odisha.gov.in ଖୋଲାଯାଇଛି। ଆଗ୍ରହୀ ଯୋଗ୍ୟ ଅଭିଭାବକ ସେମାନଙ୍କ ପିଲାଙ୍କ ନାମଲେଖା ପାଇଁ ଫେବ୍ରୁଆରି ୧୩ରୁ ମାର୍ଚ୍ଚ ୧୬ ମଧ୍ୟରେ ଆବେଦନ କରିପାରିବେ। ମାର୍ଚ୍ଚ ୨୦ ସୁଦ୍ଧା ଆବେଦନପତ୍ର ଯାଞ୍ଚ ସରିବ। ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ଖାଲିଥିବା ସିଟ୍‌ରେ ନାମଲେଖା ଲାଗି ଦ୍ବିତୀୟ ପର୍ଯ୍ୟାୟ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏପ୍ରିଲ ୧୦ରୁ ୨୪ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ଆବେଦନ କରିପାରିବେ ଏବଂ ୨୬ ତାରିଖ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ଯେଉଁମାନେ ଆବେଦନ କରିବେ ସେମାନେ ସଙ୍ଗେ ସଙ୍ଗେ ଆବେଦନପତ୍ର ଓ ପରିଚୟପତ୍ରଗୁଡ଼ିକୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ | ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରିହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି। ୨୦୨୩-୨୪ ଶିକ୍ଷାବର୍ଷରେ ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁଯାୟୀ ସାମାଜିକ ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାଙ୍କ ପାଇଁ ପ୍ରତ୍ୟେକ ବେସରକାରୀ ବିଦ୍ୟାଳୟର ନର୍ସରି/ଏଲ୍‌କେଜି/ପ୍ରଥମ ଶ୍ରେଣୀ ପାଇଁ ୨୫% ସିଟ୍‌ ସଂରକ୍ଷଣ ରହିଛି। ରାଜ୍ୟର ଆର୍ଥିକ ଅନଗ୍ରସର ଶ୍ରେଣୀର ସମସ୍ତ ଅଭିଭାବକ ଏହାର ସୁଯୋଗ ନେବାକୁ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଆହ୍ବାନ ଦେଇଛନ୍ତି।

Breaking News