Report Card Odisha

| Daily Odia News

BMC ର ନୂଆ କାର୍ଯ୍ୟାଳୟ ଉଦଘାଟିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଉଦଘାଟିତ ହୋଇଛି ବିଏମସି ର ନୂତନ ବିଲ୍ଡିଂ । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ICOMC ଟାୱାରର ଉଦଘାଟନ କରିଛନ୍ତି । ବର୍ତ୍ତମାନ ବିଏମସିର ପୁରୁଣା କାର୍ଯ୍ୟାଳୟର ଛାଡି ସବୁ କର୍ମଚାରୀ ନୂତନ ବିଲ୍ଡିଂ ରେ କାର୍ଯ୍ୟ କରିବେ। ସତ୍ୟନାଗର ସ୍ଥିତ ଆଇ ସିଏମ ଓ ସି ବାର ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହୋଇଛି ବିଏମସି କାର୍ଯ୍ୟାଳୟ। ପୂର୍ବରୁ ଏହି କୋଠାକୁ ଡେଲଏଟ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ସମେତ ସ୍ମାର୍ଟସିଟି କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇସାରିଛି। ସୂଚାନମୂତାବକ ଯାହା ଆଶା କରାଯାଉଛି ଏହା ଏପ୍ରିଲ ମାସ ସୁଦ୍ଧା ଏହା ସମ୍ପୂର୍ଣ ହେବ କିନ୍ତୁ ଏହା ସମୟ ପୂର୍ବରୁ ସରିଛି। ନୂଆ ବିଲିଂ ରେ ମିଟିଂ ହଲ୍, କ୍ୟାଣ୍ଟିନ୍, ପାକିଂ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ୧୧ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ପାଞ୍ଚମହଲାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ଏହି ୫ ମହଲାରେ ବିଭିନ୍ନ ସଂସ୍ଥା ସେମାନଙ୍କର ଅଫିସ ଆଦି କରିବା ସହ ଏ ବାବଦକୁ ଅର୍ଥ ପ୍ରଦାନ କରିବେ।

Breaking News