Report Card Odisha

| Daily Odia News

ବଢ଼ିବ କଂଗ୍ରେସର ସଦସ୍ୟତା ଫି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ୨୦୨୪ ନିର୍ବାଚନ ପୂର୍ବରୁ ସାଂଗଠନିକ ସ୍ତରରେ ଅଦଳବଦଳ କରିବା ଓ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ଲକ୍ଷ୍ୟ ରଖିଛି। ଏଥିପାଇଁ ଦଳ ଛତିଶଗଡ଼ର ରାୟପୁରେ ଦଳୀୟ ଅଧିବେଶନ କରିବାକୁ ଯାଉଛି। ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ଦଳ ପାଣ୍ଠି ବୃଦ୍ଧି ତଥା କଂଗ୍ରେସ ନେତାମାନଙ୍କୁ କର୍ମୀମାନଙ୍କ ସହ ପୁଣି ଯୋଡ଼ିବାକୁ କଂଗ୍ରେସ ସାଂଗଠନିକ ସ୍ତରରେ ପରିବର୍ତ୍ତନ କରିବ ବୋଲି କୁହାଯାଉଛି। ଦଳୀୟ ସୂତ୍ର ଅନୁସାରେ, ରାଜ୍ୟ କଂଗ୍ରେସ ପ୍ରତିନିଧିଙ୍କ ସଦସ୍ୟତା ଫି’ ୧୦୦ ଟଙ୍କାରୁ ବୃଦ୍ଧି କରି ୧ ହଜାର ଟଙ୍କା କରାଯିବ। ପ୍ରତିବର୍ଷ ୧ ହଜାର ଟଙ୍କା ଲେଖାଏ ଦେବାକୁ ପଡ଼ିବ। ଏହା ମଧ୍ୟରୁ ୪୦୦ ଟଙ୍କା ବିକାଶମୂଳକ ଫି’ ଓ ୩୦୦ ଟଙ୍କା ଦଳୀୟ ମାଗାଜିନ ସନ୍ଦେଶ ପାଇଁ ଆଦାୟ କରାଯିବ। ବରିଷ୍ଠ ଏଆଇସିସିଙ୍କ ସଦସ୍ୟଙ୍କ ପାଇଁ ଏହି ଫି’ ୩୦୦ ଟଙ୍କା ଓ ପ୍ରତି ବର୍ଷ ବିକାଶମୂଳକ ଫି’ ୧୦୦୦ ଟଙ୍କା ରହିବ। ଏହା ମଧ୍ୟ ୫ ବର୍ଷ ପାଇଁ ଲାଗୁ ହେବ। ଦଳର ପାଣ୍ଠି ହ୍ରାସ ପାଉଥିବାରୁ କଂଗ୍ରେସ ଫି’ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଅନ୍ୟପକ୍ଷରେ କଂଗ୍ରେସ କଂଗ୍ରେସ ୱାର୍କିଂ କମିଟି (CWC) ପାଇଁ ନିର୍ବାଚନ ମଧ୍ୟ କରିବ। ଦଳର ବରିଷ୍ଠ ନେତାମାନେ CWC ନିର୍ବାଚନ ତୁରନ୍ତ କରିବା ସପକ୍ଷରେ ରହିଛନ୍ତି। ତେଣୁ ସେମାନେ ସମଗ୍ର ଦେଶରେ ଥିବା ଦଳୀୟ କର୍ମୀଙ୍କ ସହ ଯୋଡ଼ି ହୋଇ ଅଛନ୍ତି। ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭାର କଂଗ୍ରେସ ନେତା ଓ କଂଗ୍ରେସର ସଂସଦୀୟ ବୋର୍ଡର ଅଧ୍ୟକ୍ଷ ଆପେଆପେ CWC ସଦସ୍ୟ ହେବାର ପ୍ରାବଧାନ ରହିଛି। ତେବେ ୨୩ ସଂଖ୍ୟା ବିଶିଷ୍ଟ CWCର ବାକି ସ୍ଥାନ ଗୁଡ଼ିକ ପାଇଁ ନିର୍ବାଚନ ହେବ।

Breaking News