Report Card Odisha

| Daily Odia News

ଏଫବିଆଇର ସହାୟତା ନେବ କ୍ରାଇମବ୍ରାଞ୍ଚ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଲାଗି ଆମେରିକୀୟ ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ର ସହାୟତା ନିଆଯିବ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ ଦାସର ମାନସିକ ସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା ଲାଗି ଏଫବିଆଇର ବୈଷୟିକ ସହାୟତା ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୃହରେ ସୂଚନା ଦେଇଛନ୍ତି। ନବ ଦାସ ହତ୍ୟାକାଣ୍ଡ ସଂକ୍ରାନ୍ତରେ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅପରାଧର ଉଚିତ ତଦନ୍ତ ନିମନ୍ତେ ରାଜ୍ୟ କ୍ରାଇମବ୍ରାଞ୍ଚ ଏଫବିଆଇର ସହାୟତା ଲୋଡ଼ିଛି। କାରଣ ଏଭଳି ସମ୍ବେଦନଶୀଳ ଅପରାଧର ତଦନ୍ତ ଲାଗି ଅପରାଧୀର ବ୍ୟାବହାରିକ ବିଶ୍ଲେଷଣ ନିମନ୍ତେ ଯେଉଁ ପାରଦର୍ଶିତା ଲୋଡା ତାହା ଏଫବି୍ଆଇ ପାଖରେ ଉପଲବ୍ଧ। ଏଣୁ ମୁଖ୍ୟ ଅଭିଯୁକ୍ତର ମାନସିକ ସ୍ଥିତିର ପ୍ରକୃଷ୍ଟ ବିଶ୍ଲେଷଣ ଲାଗି ଏଫବିଆଇର ବିହେଭି୍ଅରାଲ୍ ସପୋର୍ଟ ଟିମ୍ର ସହାୟତା ଆମକୁ ଯୋଗାଇଦେବା ଲାଗି ଆମେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅନୁରୋଧ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

Breaking News