ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ମେୟର ନିର୍ବାଚରେ ‘ଆପ୍’ ବାଜିମାରିଛି | ଆମ ଆଦମୀ ପାର୍ଟି ପ୍ରାର୍ଥୀ ସେଲି ଓବରଏ ଦିଲ୍ଲୀର ମେୟର ନିର୍ବାଚିତ ହୋଇଛନ୍ତି। ଆଜି ହୋଇଥିବା ନିର୍ବାଚନରେ ତାଙ୍କୁ ୧୫୦ ଖଣ୍ଡ ଭୋଟ ମିଳିଛି।ମେୟର ପଦବୀ ପରେ ଡେପୁଟି ମେୟର ପଦବୀ ମଧ୍ୟ ହାତେଇଛି ଆମ ଆଦମୀ ପାର୍ଟି। ଡେପୁଟି ମେୟର ପ୍ରାର୍ଥୀ ଆଲି ମହମ୍ମଦ ଇକବାଲ ବିଜୟୀ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆମ୍ ଆଦମୀ ପାର୍ଟିର ଆଲି ମହମ୍ମଦ ଇକବାଲ ୧୪୭ ଭୋଟ୍ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ କମଲ ବାଗ୍ରି ୧୧୬ ଭୋଟ୍ ପାଇଛନ୍ତି। ଦିଲ୍ଲୀର ଡେପୁଟି ମେୟର ନିର୍ବାଚନ ପାଇଁ ମୋଟ ୨୫୬ଟି ଭୋଟ୍ ଗ୍ରହଣ ହୋଇଥିଲା। ସେଥିରୁ ୨ଟି ନାକଚ ହୋଇଥିଲା।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..