Report Card Odisha

| Daily Odia News

୫୬ ଇଞ୍ଚ ଛାତିର ଆମେ କଣ କରିବୁ,ତ ଭଳି ଅନେକ ଆସି ଯାଇଛନ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ମଲ୍ଲିକାଅର୍ଜୁନ ଖାଡ଼ଗେ ଅପମାନଜନକ ବୟାନ ଦେଇଛନ୍ତି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କୁ ଘେରିବାକୁ ଯାଇ କଂଗ୍ରେସ ଅଧ୍ୟକ୍ଷ ଏଭଳି କିଛି ବୟାନ ରଖିଛନ୍ତି | ଯାହା ପ୍ରଧାନମନ୍ତ୍ରୀଙ୍କ ଗାରିମା ଏବଂ ସଂସଦ ପ୍ରତି ଅପମାନ। ରାୟପୁରରେ ୮୫ତମ କଂଗ୍ରେସ ଅଧିବେଶନର ଉଦଯାପନୀରେ ମଲ୍ଲିକାର୍ଜୁନ ଖାଡ଼ଗେ ସିଧାସଳଖ ଭାବେ କେନ୍ଦ୍ର ସରକାରଙ୍କୁ ଏକଛତ୍ରବାଦ ଏବଂ ଅଗଣତାନ୍ତ୍ରିକ କହିଛନ୍ତି। ଏଥିସହ ଦେଶବାସୀଙ୍କୁ ଦୃଢତାର ସହ ସରକାରଙ୍କ ଏକଛତ୍ରବାଦ ଶାସନ ବିରୋଧରେ ଲଢେଇ କରିବାକୁ ଆହ୍ୱାନ ଦେଇଛନ୍ତି ଖାଡ଼ଗେ। କେନ୍ଦ୍ର ସରକାର ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମଧ୍ୟ ବର୍ଷିଥିଲେ କଂଗ୍ରେସ ଅଧ୍ୟକ୍ଷ। ତେବେ ସେ ଦେଶର ପ୍ରଧାନମନ୍ତ୍ରୀଙ୍କ ଗାରିମାକୁ ଭୁଲିଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ତୁ ତା ଭାଷାର ବ୍ୟବହାର କରିବା ସହ ‘ତ ଭଳି ଅନେକ ଆସି ଯାଇଛନ୍ତି’ ବୋଲି କହିଥିଲେ। କେବଳ ସେତିକି ନୁହେଁ, ଖାଡ଼ଗେ କହିଥିଲେ, ୫୬ ଇଞ୍ଚ ଛାତିର ଆମେ କଣ କରିବୁ। ଲୋକଙ୍କୁ ଖାଦ୍ୟ ଏବଂ ରୋଜଗାର ଦିଅ। ଗୋଟିଏ ଇଞ୍ଚ ଛାତି କମିଲେ ବି କିଛି ଫରକ ପଡିବନି। ପତଳା ହୋଇ କେହି ମରିନାହାଁନ୍ତି। ଏତିକିରେ ଅଟକିନଥିଲା ଖାଡ଼ଗେଙ୍କ ତୁଣ୍ଡ। କେନ୍ଦ୍ରରେ ଥିବା ବର୍ତ୍ତମାନର ସରକାର ଅଗଣତାନ୍ତ୍ରିକ ଏବଂ ଏହି ସରକାର ଦେଶବାସୀଙ୍କ ପାଇଁ କୌଣସି କାମ କରୁନଥିବା କହିଥିଲେ ଖାଡ଼ଗେ। ଏପରିକି ସଂସଦରେ ଗରିବ, ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାଙ୍କ ପ୍ରସଙ୍ଗ ଉଠାଇବାକୁ କଂଗ୍ରେସକୁ ସୁଯୋଗ ଦେଉନଥିବା ସେ ଅଭିଯୋଗ କରିଛନ୍ତି।

Breaking News