Report Card Odisha

| Daily Odia News

 ଆତ୍ମଘାତୀ ବିସ୍ଫୋରଣ,୯୩ ମୃତ,୨୨୧ରୁ ଅଧିକ ଆହତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନର ପେଶାୱାରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି | ବିସ୍ଫୋରଣରେ ୨୨୧ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ୯୩ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ପୋଲିସ କର୍ମଚାରୀ ଥିଲେ। ଆତଙ୍କବାଦୀମାନେ ପୋଲିସ ପରିସରରେ ନିର୍ମିତ ଏକ ମସଜିଦ୍‌ ଉପରେ ଏହି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦାୟୀ ହେଉଛି ସଂଗଠନ ତେହେରିକ-ଇ-ତାଲିବାନ। କ୍ରମାଗତ ଭାବରେ ପାକିସ୍ତାନ ଉପରେ ଆକ୍ରମଣ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନରେ ଅନେକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇସାରିଲାଣି।

Breaking News