Report Card Odisha

| Daily Odia News

ଆସନ୍ତାକାଲି ବିଧାନସଭା ଘେରାଉ କରିବ ବିଜେପି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ବିଜେପି ଯୁବ ମୋର୍ଚ୍ଚା ଆସନ୍ତାକାଲି ବିଧାନସଭା ଘେରାଉ କରିବ | ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ପକ୍ଷରୁ ଘୋଷଣା କରାଯାଇଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ଆଜି ପର୍ଯ୍ୟନ୍ତ ସରକାର କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର କାରଣ ସ୍ପଷ୍ଟ କରିପାରିଲା ନାହିଁ ପୋଲିସ । ଦିନକୁ ଦିନ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦେଇଥିବା ଉତ୍ତର ସମସ୍ତଙ୍କୁ ଚକିତ କଲାଭଳି। ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ଅଭିଯୁକ୍ତ ଗୋପାଳ ଦାସ ୧୩ ବର୍ଷ ଧରି ଝାରସୁଗୁଡ଼ାରେ କାର୍ଯ୍ୟରତ। ଏପରିକି ପ୍ରତ୍ୟେକ ବର୍ଷ ଗୋପାଳ ବିଭିନ୍ନ ଆର୍ଥିକ ପୁରସ୍କାର ସହ ବିଭାଗ ତରଫରୁ ପୁରସ୍କୃତ ହୋଇଛନ୍ତି। ଅର୍ଥାତ୍ ଏତେଦିନ ଧରି ପୋଲିସ ବିଭାଗ ଆଉ ଗୁଇନ୍ଦା କିଭଳି ଗୋପାଳ ସମ୍ପର୍କରେ ଜାଣିପାରିଲେ ନାହିଁ। ଅପର ପକ୍ଷେ ମନ୍ତ୍ରୀଙ୍କ ଉତ୍ତର ଦର୍ଶାଉଛି ଗୋପାଳ ଦାସ ପାଗଳ ନୁହେଁ। ହତ୍ୟା କିଏ କରିଛି ଆଉ କଣ ପାଇଁ କରିଛି ତାହା ସ୍ପଷ୍ଟ କରୁନାହାନ୍ତି ସରକାର। ତେଣୁ ଏହାର ଜବାବ ମାଗିବା ପାଇଁ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ଏହାକୁ ନେଇ ବିଧାନସଭା ଘେରାଉ କରିବ।

Breaking News