Report Card Odisha

| Daily Odia News

ରାଜନୈତିକ ଚାପରେ ସିସୋଦିଆଙ୍କୁ ଗିରଫ କରିଛି ସିବିଆଇ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି। ଆପ୍‌ ନେତା ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ କରି ଆନ୍ଦୋଳନ ଜାରିରହିଛି । ଏହା ଭିତରେ ସିବିଆଇ କୁ ନେଇ ବଡ଼ ବୟାନ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । କହିଛନ୍ତି, ‘ଅନେକ ସିବିଆଇ ଅଧିକାରୀ ମଦ ନୀତି ମାମଲାରେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ କରୁଥିଲେ । ମନୀଷ ସିସୋଦିଆଙ୍କ ପ୍ରତି ଅନେକ ସିବିଆଇ ଅଧିକାରୀଙ୍କ ଯଥେଷ୍ଟ ସମ୍ମାନ ରହିଛି । କିନ୍ତୁ ତାଙ୍କୁ ଗିରଫ କରିବା ପାଇଁ ସେମାନଙ୍କ ଉପରେ ପ୍ରବଳ ରାଜନୈତିକ ଚାପ ପକାଯାଇଥିଲା । ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନଥିବା ବେଳେ ଜାଣିଶୁଣି ଗିରଫ କରାଯାଇଛି’। ଅନ୍ୟପଟେ ସୋମବାର ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରିଛି ସିବିଆଇ । ମଦ ଘୋଟାଲାରେ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ନିକଟରେ ସିବିଆଇ ଆବେଦନ କରିଛି ।

Breaking News