ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ନେତ୍ରୀ ଖୁସ୍ବୋ ସୁନ୍ଦରକୁ ମୋଦି ସରକାର ଉପହାର ଦେଇଛନ୍ତି। ଖୁସ୍ବୋ ଜାତୀୟ ମହିଳା କମିଶନର ସଦସ୍ୟ ଭାବେ ମନୋନିତ ହୋଇଛନ୍ତି। ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଖୁସବୋ ତାଙ୍କ ନିଯୁକ୍ତି ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲାଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମହିଳା ଅଧିକାର ଲଢ଼େଇ ଲାଗି ନିରନ୍ତନ ସଂଗ୍ରାମ ଜାରି ରଖିଥବାରୁ ତାଙ୍କୁ ଉପଯୁକ୍ତ ସ୍ୱୀକୃତି ମିଳିଥିବା ସେ କହିଛନ୍ତି। ତେବେ ନିଜେ ଖୁସ୍ବୋ ଏ ସମ୍ପର୍କରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏତେ ବଡ଼ ଦାଇତ୍ୱ ମିଳିଥିବାରୁ ମୁଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ନାରୀ ଶକ୍ତିର ସୁରକ୍ଷା, ସଂରକ୍ଷଣ ଏବଂ ପୋଷଣ ପାଇଁ ମୁଁ କଠିନ ପରିଶ୍ରମ କରିବି । ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଟେଲିଭିଜନ ଉପସ୍ଥାପିକା ଖୁସବୋ ପ୍ରଥମେ ଡିଏମକେରେ ଯୋଗ ଦେଇଥିଲେ। କିନ୍ତୁ ପରେ କଂଗ୍ରେସକୁ ଯାଇ ଦଳର ମୁଖପାତ୍ର ହୋଇଥିଲେ। ଶେଷରେ ବିଜେପିରେ ମିଶି ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..