ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ ଓ ତାଜିକସ୍ତାନରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂମିକମ୍ପ ହୋଇଥିବା ବେଳେ ତାଜିକସ୍ତାନରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ଏଥିରେ କୌଣସି ସ୍ଥାନରେ ବଡ଼ଧରଣର କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ। ଏଥିସହିତ ମଣିପୁରରେ ମଧ୍ୟ ୩.୨ ତୀବ୍ରତାର ଭୂମିକମ୍ପଜ ଅନୁଭୂତ ହୋଇଥିବାର ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଚଳିତମାସ ୬ ତାରିଖରେ ହୋଇଥିବା ଭୂକମ୍ପ ଯୋଗୁଁ ତୁର୍କୀ ଏବଂ ସିରିୟାରେ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଲକ୍ଷାଧିକ ଘର ମାଟିରେ ମିଶିଯାଇଛି। ମାଳତ୍ୟ ସମେତ ମୋଟ୍ ୧୧ଟି ତୁର୍କୀ ପ୍ରଦେଶରେ ଭୂକମ୍ପ ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଗତକାଲି ତୁର୍କୀରେ ପୁଣିଥରେ ଭୂମିକମ୍ପ ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ପଛକୁ ପଛ ଭୂକମ୍ପ ଅନୁଭୂତ ହେଉଥିବାରୁ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….