Report Card Odisha

| Daily Odia News

୯୧ ବର୍ଷ ବୟସରେ ପ୍ରେମରେ ପଡ଼ିଲେ ଡିଏଲଏଫର ପୂର୍ବତନ ଅଧ୍ୟକ୍ଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରେମ ଯେକୌଣସି ବୟସରେ ବି ହୋଇପାରେ। ଠିକ୍‌ ଏହିପରି ଘଟଣା ଘଟିଛି DLF ଗ୍ରୁପର ସେବାନିବୃତ ଚେୟାରମ୍ୟାନ୍ କୁଶାଲ ପାଲ ସିଂହ ଙ୍କ କ୍ଷେତ୍ରରେ। ପରିଣତ ବୟସରେ ପାଦ ଦେଇ ସାରିଥିବା ବିଲେନିୟର କେ.ପି ସିଂ ୯୧ ବର୍ଷ ବୟସରେ ପ୍ରେମରେ ପଡ଼ିଛନ୍ତି। କେପି ସିଂ ନିଜେ ଏକ ସାକ୍ଷାତକାରରେ ଘୋଷଣା କରି, ନିଜ ନୂତନ ସାଥୀ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। କେପି ସିଂ କହିଛନ୍ତି, ‘ ପତ୍ନୀଙ୍କ ମୃତ୍ୟୁ ପରେ ମୋ’ ଜୀବନରେ ଏକ ଶୂନ୍ୟସ୍ଥାନ ଥିଲା। ବର୍ଷ ବର୍ଷ ଧରି ଜଣଙ୍କ ସହ ରହିବା ପରେ ତାଙ୍କୁ ହରାଇବା ଦୁଃଖ ଭାଷାରେ ପରିପ୍ରକାଶ କରି ହେବ ନାହିଁ । କିନ୍ତୁ ବର୍ତ୍ତମାନ ମୋ ଜୀବନରେ ଜଣେ ନୂଆ ସାଥୀ ପ୍ରବେଶ କରିଛନ୍ତି । ମୁଁ ତାଙ୍କ ପ୍ରେମରେ ପଡିଯାଇଛି। ମୋ’ ନୂଆ ସାଥୀଙ୍କ ନାମ ସିନା। ସେ ମୋ ଜୀବନର ଖାସ୍‌ ଲୋକମାନଙ୍କ ମଧ୍ୟରୁ ଜଣେ । ସେ ଶକ୍ତିଶାଳୀ ଏବଂ ତାଙ୍କ ବ୍ୟକ୍ତିତ୍ୱ ମୋତେ ଖୁବ୍‌ ପ୍ରରିତ କରିଥାଏ। ସିନା ପ୍ରତ୍ୟେକ ପଦକ୍ଷେପରେ ମୋତେ ସମର୍ଥନ କରନ୍ତି । ସେ ମୋତେ ଆଗକୁ ଯିବାକୁ ଉତ୍ସାହିତ କରନ୍ତି। ବର୍ତ୍ତମାନ ସେ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛନ୍ତି ବୋଲି କହିଛନ୍ତି ଏହି ବିଲେନିୟର ବିଜନେସମ୍ୟାନ । କେପି ସିଂଙ୍କ ପ୍ରଥମ ପତ୍ନୀ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ। ଏହା ପରଠୁ ନିସଙ୍ଗ ଜୀବନ ବିତାଉଥିବା କେ.ପି ସିଂଙ୍କ ଜୀବନ ଏବେ ରଙ୍ଗୀନ ହୋଇ ଉଠିଛି।

Breaking News