Report Card Odisha

| Daily Odia News

ଆସନ୍ତାକାଲି ଭ୍ରଷ୍ଟାଚାର ଦିବସ ପାଳନ କରିବ ବିଜେପି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରିବ ବିଜେପି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଭ୍ରଷ୍ଟାଚାରର ବାରୁଦ ଗଦାରେ ଠିଆ ହୋଇଛି ଓଡ଼ିଶା। ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟିର ଦୁର୍ନୀତି ହେଉଛି। ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର ଆତ୍ମା କାନ୍ଦୁଛି।ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ପାଳନ ନାଁରେ ଡ୍ରାମା କରୁଛନ୍ତି। ଏପ୍ରିଲ ୨୪ ତାରିଖରେ ସମଗ୍ର ଦେଶ ପଞ୍ଚାୟତିରାଜ ଦିବସ ପାଳନ କରୁଛି କିନ୍ତୁ ଓଡ଼ିଶା ଏକମାତ୍ର ରାଜ୍ୟ ଯିଏ କି ମାର୍ଚ୍ଚ ୫ରେ ଏହାକୁ ପାଳନ କରୁଛି।ଭ୍ରଷ୍ଟାଚାରର କେନ୍ଦ୍ରବିନ୍ଦୁ ଆଜି ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥା ହୋଇଛି।ପଞ୍ଚାୟତିରାଜ ବ୍ୟବସ୍ଥା ରାଜନୈତିକ ଚକ୍ରବ୍ୟୁହରେ ଛନ୍ଦି ହୋଇ ଯାଇଛି। ପଞ୍ଚାୟତରେ କଣ ହେବ ତାହା ଶାସକ ଦଳର ବିଧାୟକମାନେ ନିଷ୍ପତ୍ତି ନେଉଛନ୍ତି।ପଞ୍ଚାୟତିରାଜ ବ୍ୟବସ୍ଥା ଭ୍ରଷ୍ଟାଚାରରେ ବୁଡ଼ିଯାଇଛି। ଏହାକୁ ବିରୋଧ କରି ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ବିଜେପି ୩୧୪ ବ୍ଲକ ଆଗରେ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିବ। ହାତରେ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିବ ବିଜେପି। ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଦୁର୍ନୀତି କିଏ କରୁଛି। ଆଜି ପର୍ଯ୍ୟନ୍ତ ନୂଆ ତାଲିକା କାହିଁକି ତିଆରି ହୋଇ ପାରୁନି ? ଠିକ୍ ସେହିପରି ମନରେଗାରେ ଦୁର୍ନୀତି କାହିଁକି ? ଫଲସ୍ ବିଲ କିଏ କରୁଛି ? କାହା ପକେଟକୁ ସେ ଟଙ୍କା ଯାଉଛି ? ଏଥିରେ ଜବ କାର୍ଡ ବଡ଼ ଫ୍ରଡ ହୋଇଛି ? ଏଣେ ପଞ୍ଚାୟତକୁ ଆସୁଥିବା କେନ୍ଦ୍ର ସରକାରଙ୍କ ସିଏଫସି(ସେଣ୍ଟ୍ରାଲ ଫାଇନସ କମିଶନ) ଟଙ୍କା କୁଆଡ଼େ ଯାଉଛି? ସିଏଫସି ଟଙ୍କାକୁ କାହିଁକି ରି ବ୍ରାଣ୍ଡିଂ କରୁଛନ୍ତି ସରକାର? ସେ ଟଙ୍କା ଅନ୍ୟ କ୍ଷେତ୍ରରେ କାହିଁକି ବ୍ୟବହାର କରାଯାଉଛି ? ରାସନ କାର୍ଡରେ ଆଜି ୨୦ ପ୍ରତିଶତ ଲୋକ ଅଯୋଗ୍ୟ ରହିଛନ୍ତି। ସେମାନେ କେମିତି ଆସିଲେ ? ବିଜେଡି ଲୋକଙ୍କୁ ରାସନ କାର୍ଡରେ କିଏ ଜାଲିଆତି କରି ସାମିଲ କରିଛି ?
ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ୟାପକ ପିସି କାରବାର ହେଉଛି। ବିଧାୟକ ନେଉଛନ୍ତି ୫ ପ୍ରତିଶତ। ଜିଲ୍ଲାପାଳଙ୍କଠୁ ନେଇ ବିଡ଼ିଓ ଓ ତହସିଲଦାରଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ। ପରସେଣ୍ଟଜ ନେବା ପାଇଁ ଜେଇ ନାଁରେ କାମ ହେଉଛି। ପଲ୍ଲୀସଭାକୁ କାହିଁକି ବନ୍ଦ କରି ଦେଇଛନ୍ତି ସରକାର ?

Breaking News