ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ତିହାର ଜେଲ୍ରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ୱିତୀୟ ଥର ପାଇଁ ପଚରାଉଚରା କରିଛି । ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଅନିୟମିତତା ଅଭିଯୋଗ ଉପରେ ଏହି ପଚରାଉଚରା କରାଯାଉଛି । ଗତ ୭ ତାରିଖରେ ମନୀଷ ସିସୋଦିଆଙ୍କୁ ଇଡିର ଅଧିକାରୀ ମାନେ ଜେରା କରିଥିଲେ । ଶ୍ରୀ ସିସୋଦିଆଙ୍କୁ ଗତମାସ ୨୬ ତାରିଖରେ ସିବିଆଇ ଗିରଫ କରିବା ପରେ ବର୍ତ୍ତମାନ ସେ ନ୍ୟାୟିକ ହାଜତରେ ଅଛନ୍ତି। କଳାଧନ ନିବାରଣ ଆଇନ୍ ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..