Report Card Odisha

| Daily Odia News

H3N2 ଭାଇରସ୍‌ରେ ନେଲା ଜୀବନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ଏଚ୍‌୩ଏନ୍‌୨ ସଂକ୍ରମଣରେ ଦେଶରେ ପ୍ରଥମ ମୃତ୍ୟୁ ଘଟିଛି। କର୍ଣ୍ଣାଟକର ହାସନ ନିବାସୀ ଜଣେ ୮୨ ବର୍ଷୀୟ ବ୍ୟକ୍ତିଙ୍କର ଏହି ଭୂତାଣୁ ଯୋଗୁଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ମୁତାବକ, ତାଙ୍କର ମାର୍ଚ୍ଚ ୧ ତାରିଖରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ପରୀକ୍ଷଣରୁ ଜଣାପଡିଛି ଯେ ସେ ଏଚ୍‌୩ଏନ୍‌୨ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ। ଅଧିକାରୀଙ୍କ କହିବାନୁଯାୟୀ, ବ୍ୟକ୍ତି ଜଣକ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ତାଙ୍କୁ ଫେବୃୟାରୀ ୨୪ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ମାର୍ଚ୍ଚ ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ମାର୍ଚ୍ଚ ୬ରେ ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା। ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ଏଚ୍‌୩ଏନ୍‌୨ ଭାଇରସ୍‌ ବା ହଂକଂ ଫ୍ଲୁରେ ୯୦ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହା ବ୍ୟତୀତ ଏଚ୍‌୧ଏନ୍‌୧ ଭାଇରସ୍‌ରେ ମଧ୍ୟ ୮ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଦେଶରେ ଏଭଳି ମାମଲା ବୃଦ୍ଧି ନେଇ ଡାକ୍ତରମାନେ ବିବୃତ୍ତି ମଧ୍ୟ ଦେଇଛନ୍ତି।

 

Breaking News