ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ ନେତା ମନୀଷ ସିସୋଦିଆଙ୍କର ସିଧାସଳଖ ସମ୍ପୃକ୍ତି ରହିଛି। ଆଜି ସିସୋଦିଆଙ୍କର ରାଉଜ୍ ଆଭିନ୍ୟୁ କୋର୍ଟରେ ଜାମିନ ଶୁଣାଣି ବେଳେ କୋର୍ଟରେ ଏହି ତଥ୍ୟ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳ | ବିଶେଷଜ୍ଞ କମିଟିର ପରାମର୍ଶ ଅନୁଯାୟୀ ଅବକାରୀ ନୀତି କାର୍ଯ୍ୟକାରୀ ହୋଇ ନାହିଁ । ବରଂ କେତେକ ନିର୍ଦ୍ଦିଷ୍ଟ ଲୋକଙ୍କୁ ଫାଇଦା ପହଞ୍ଚାବା ପାଇଁ ଏହି ନୀତି କାର୍ଯ୍ୟକାରୀ ହୋଇଛି। ଏହି ନୀତି ଦ୍ୱାରା କେତେକ ବ୍ୟକ୍ତିଙ୍କୁ ୧୨ ପ୍ରତିଶତ ଲାଭ ପହଞ୍ଚି ପାରିଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା ପ୍ରଥମେ ସିସୋଦିଆଙ୍କୁ ଇଡି ଜେରା କରିଥିଲା । ଜେରା ପରେ ଫେବୃଆରୀ ୨୬ ତାରିଖ ଦିନ ସିବିଆଇ ପକ୍ଷରୁ ସିସୋଦିଆଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ସିବିଆଇ ଯାଂଚ କରୁଥିବା ବେଳେ ଅର୍ଥ ହେରଫେର ମାମଲାର ଯାଂଚ କରୁଛି ଇଡି ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……