ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜେଲରେ ସଜା କାଟୁଥିବା ଅନେକ ଲୋକଙ୍କ ପାଖରେ ଶିକ୍ଷାଗତ ଯୋଗ୍ୟତା ଅଛି । କିନ୍ତୁ ଏବେ ଜେଲ ବିଭାଗ କିଛି ଏଭଳି ଉପାୟ ଚିନ୍ତା କରିଛି ଯାହା ଦ୍ୱାରା ଏହି ପାଠୁଆ କଏଦୀ ମାନେ ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ କାର୍ଯ୍ୟରେ ଲଗାଇପାରିବେ | ଆଉ ଏହା ବଦଳରେ ଟଙ୍କା କିଛିଟା ଭଲ ରୋଜଗାର ମଧ୍ୟ କରି ପାରିବେ । ସୂଚନାମୁତାବକ ଅନ୍ୟରାଜ୍ୟ ଭଳି ଓଡିଶାରେ ମଧ୍ୟ ପାଠୁଆ କଏଦୀ ମାନେ ଅନ୍ୟ କଏଦୀ ମାନଙ୍କୁ ଶିକ୍ଷା ଯୋଗାଇ ପାରିବେ । ଆଉ ଏହା ପାଇଁ ତାଙ୍କୁ ପାରିଶ୍ରମିକ ମଧ୍ୟ ଦିଆଯିବ । ପ୍ରଥମେ ଏହି ବ୍ୟବସ୍ଥା ରାଜ୍ୟର ଝାରପଡା ଆଉ ଚୌଦ୍ୱାର ଜେଲରୁ ଆରମ୍ଭ କରାଯିବ । ସମୟକ୍ରମେ ଏହାକୁ ଅନ୍ୟ ଜେଲ ମାନଙ୍କରେ ମଧ୍ୟ କାର୍ଯ୍ୟ କାରୀ କରାଯିବ । ସୂଚନା ଅନୁସାରେ- ଗତ ୪ ବର୍ଷରେ ଜେଲ୍ରେ ୧୩ହଜାର ୪୨୩ କଏଦୀ ଶିକ୍ଷିତ ହୋଇଛନ୍ତି। ୨୦୧୮ ମସିହାରେ ୩୮୪୪ଜଣ ଓ ୨୦୧୯ରେ ୩୭୨୫ ଜଣ କଏଦୀ ଉଚ୍ଚଶିକ୍ଷା ପାଇଛନ୍ତି।






More Stories
ଓଡ଼ିଶାକୁ ମିଳିବ ବଡ଼ ଫାଇଦା…..
କିନ୍ନରଙ୍କୁ ହତ୍ୟା ଘଟଣା:ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରେ ବସିଲେ କିନ୍ନର…..
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..