Report Card Odisha

| Daily Odia News

୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୧୫ ତାରିଖରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ସହ ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆଳକନ କରିଛି । ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, ମାଲକାନଗିର ଓ ରାୟଗଡା ଆଦି ଜିଲ୍ଲାରେ ବର୍ଷା ହେବ ବୋଲି ଆକଳନ କରଯାଇଛି । ୧୬ ତାରିଖରେ କିଛି ଜିଲ୍ଲାରେ ବର୍ଷା ସହ ଝଡ଼ ହେବ ବୋଲି ଆକଳନ କରାଯାଇଛି । ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ ସମେତ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି । ଗତ କିଛି ଦିନ ପରେ ରାଜ୍ୟରେ ତାପମାତ୍ର ଏବେ ପୁଣି ବୃଦ୍ଧି ପାଇଛି । ହେଲେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁନାହିଁ । ଆସନ୍ତା ଦୁଇ ଦିନ ତାପମାତ୍ରା ବଢିଲେ ବି ତାପମାତ୍ରା ୩୯ ଡିଗ୍ରୀ ଛୁଇଁବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Breaking News