ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଲାହୋରରେ ତାଙ୍କ ଦଳର ପ୍ରସ୍ତାବିତ ନିର୍ବାଚନ ରାଲିକୁ ସ୍ଥଗିତ ରଖିଛନ୍ତି। ପଞ୍ଜାବର କାର୍ଯ୍ୟନିର୍ବାହୀ ସରକାର ପ୍ରାଦେଶିକ ରାଜଧାନୀରେ ସାଧାରଣ ସଭା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଇମ୍ରାନ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ସତ୍ତ୍ୱେ ଲାହୋରରେ ଏକ ନିର୍ବାଚନ ପ୍ରଚାର ରାଲିର ନେତୃତ୍ୱ ନେବେ ବୋଲି ଇମ୍ରାନ ଘୋଷଣା କରିଥିଲେ। କିନ୍ତୁ ପରେ ସେ ନିଜ ନିଷ୍ପତ୍ତିରୁ ଓହରି ଯାଇଛନ୍ତି। ଇମ୍ରାନ ତାଙ୍କ ସମର୍ଥକ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ କର୍ମୀଙ୍କୁ ସରକାର ଏବଂ ପୋଲିସର ଅତ୍ୟାଚାର ବିରୋଧରେ ସଂଗଠିତ ଏହି ରାଲିରେ ଯୋଗଦେବାକୁ ଅନୁରୋଧ କରିଥିଲେ। ଏହି ଘୋଷଣା ହେବାର କିଛି ସମୟ ପରେ ସ୍ଥାନୀୟ ପ୍ରଶାସନ ପ୍ରାଦେଶିକ ରାଜଧାନୀରେ ସେକ୍ସନ ୧୪୪ ଲାଗୁ କରିଥିଲା। ୧୪୪ ଲାଗୁକୁ ଅବୈଧ ଘୋଷଣା କରାଯିବା ଉଚିତ ବୋଲି ଇମ୍ରାନ ସୁପ୍ରିମୋକର୍ଟ ଯାଇଥିଲେ। କିନ୍ତୁ ପରେ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପରେ ସେ ଏହାକୁ ରାଲିକୁ ସ୍ଥଗିତ ରଖିଥିଲେ।






More Stories
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..