Report Card Odisha

| Daily Odia News

ଗରମ ଡାଲିରେ ପଡ଼ି ଛାତ୍ରଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / ସୁନ୍ଦରଗଡ଼

କୋଇଡା ବ୍ଲକ୍‌ ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଡାଲିରେ ପଡି ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣଙ୍କ ଅଷ୍ଟମଶ୍ରେଣୀର ବୋଲି ଜଣା ପଡିଛି । ପାଟମୁଣ୍ଡା ଗାଁର ଛାତ୍ର ଗେଲେଟ ହାନଗା ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ସେ ୬ ତାରିଖରେ ଛାତ୍ରାବାସରେ ରୋଷେଇ ଚାଲିଥିବା ବେଳେ ରୋଷେୟାଙ୍କୁ ସାହାଯ୍ୟ କରୁଥିଲେ । ଡାଲି ହଣ୍ଡା ଓହ୍ଲାଉଥିବା ବେଳେ ତାଙ୍କ ହାତରୁ ଖସିଯାଇଥିଲା । ତାଙ୍କ ଉପରେ ଗରମ ଡାଲି ପଡିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ ରାଉରକେଲା ଜେନେରାଲ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗେଲେଟଙ୍କର ମୃତ୍ୟୁ ହୋଇଛି ।

Breaking News