Report Card Odisha

| Daily Odia News

କରୋନା ଭଳି ସ୍ଥିତି ସୃଷ୍ଟି କରିପାରେ ‘ଇନଫ୍ଲୁଏଞ୍ଜା’…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶ କରୋନା ସଂକ୍ରମଣ ସହିତ ଲଢେଇ କରୁଥିବା ବେଳେ ଇନଫ୍ଲୁଏଞ୍ଜା ଏଚ୩ଏନ୨ ଭାଇରସ ଚିନ୍ତା ବଢ଼ାଇଛି | ବର୍ତ୍ତମାନ ଦେଶରେ ଇନଫ୍ଲୁଏଞ୍ଜା ଏଚ୩ଏନ୨ ଭାଇରସର ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଲୋକମାନେ ଥଣ୍ଡା,କାଶ ଓ ଜ୍ୱରରେ ପୀଡ଼ିତ ହେଉଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକମାନଙ୍କୁ ସତର୍କ କରାଇଛନ୍ତି ସରକାର। ଡାକ୍ତର ରଣଦୀପ ଗୁଲେରିଆ ଏହି ସଂକ୍ରମଣକୁ ନେଇ ବଡ଼ ବୟାନ ଦେଇଛନ୍ତି। କହିଛନ୍ତି କି ସମସ୍ତେ ସତର୍କ ନ ରହିବେ, ତା’ହେଲେ ଇନଫ୍ଲୁଏଞ୍ଜା ଏ ଟାଇପ ଏଚ୩ଏନ୨ ଭାଇରସ କରୋନା ଭଳି ସ୍ଥିତି ସୃଷ୍ଟି କରିପାରେ। ତାଙ୍କ ମତରେ ଏହି ଭାଇରସ ଦ୍ରୁତଗତିରେ ପୂରା ବିଶ୍ୱରେ ମାଡ଼ିବାରେ ଲାଗିଛି। ତେଣୁ ତୁରନ୍ତ ଏହାର ମୁକାବିଲା କରାଯିବା ଦରକାର ବୋଲି ସେ କହିଛନ୍ତି। କରୋନା ସମୟରେ ଦେଶର କୋଭିଡ୍ ଟ୍ୟାକ୍ସ ଫୋର୍ସର ନେତୃତ୍ୱ ନେଇଥିବା ଡାକ୍ତର ଗୁଲେରିଆ କହିଛନ୍ତି ଯେ ଏବେ ସ୍ଥିତି ଯାହା ଲୋକମାନେ ମାସ୍କ ପିନ୍ଧନ୍ତୁ ଓ ହାତ ନିୟମିତ ଧୁଅନ୍ତୁ। ସଂକ୍ରମିତ ହେବାର ଆଶଙ୍କା ଥିବା ଓ ବହୁବିଧ ରୋଗରେ ପୀଡ଼ିତ ଲୋକମାନେ କରୋନା ବେଳେ ଯେଉଁଭଳି ନିଜକୁ ଆଇସୋଲେସନରେ ରଖୁଥିଲେ, ଏବେ ସମାନ ନିୟମ ପାଳନ କରନ୍ତୁ। ସମସ୍ତେ ଟିକା ମଧ୍ୟ ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ନାଗପୁରରେ ଏକାଡେମୀ ଅଫ ମେଡିକାଲ ସାଇନ୍ସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଡାକ୍ତର ଗୁଲେରିଆ ଯୋଗ ଦେଇ ଏଚ୩ଏନ୨ ଭାଇରସ ସମ୍ପର୍କରେ କହିଛନ୍ତି । ଏହାର ଜବାବରେ ସେ କୋଭିଡର ଉଚିତ ବ୍ୟବହାର ନିୟମ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ମାସ୍କର ବ୍ୟବାହାର ଜରୁରୀ। କାରଣ ଏହା ଏକ ଡ୍ରପଲେଟ ସଂକ୍ରମଣ। କାଶ ଓ ଛିଙ୍କ ଦ୍ୱାରା ଏହା ବ୍ୟାପୁଛି। ବେଳେବେଳେ ଛୋଟ ପିଲାମାନେ ସ୍କୁଲରେ ସଂକ୍ରମଣର ଶୀକାର ହୁଅନ୍ତି। ଏହାପରେ ଭାଇରସ ବହୁବିଧି ରୋଗରେ ପୀଡ଼ିତ ବୟସ୍କ ଲୋକମାନଙ୍କୁ ସଂକ୍ରମିତ କରେ। ତେଣୁ ଆମକୁ ମାସ୍କ ପିନ୍ଧିବା ଦରକାରର। ଏଥିସହ ନିୟମିତ ହାତ ଧୋଇବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ମଧ୍ୟ ଉଚିତ ବୋଲି ଡାକ୍ତର ଗୁଲେରିଆ ପରାମର୍ଶ ଦେଇଛନ୍ତି |

 

Breaking News