Report Card Odisha

| Daily Odia News

ଇନ୍‌ଫ୍ଲୁଏଞ୍ଜା ସହ ବଢୁଛି ସ୍ବାଇନ୍‌ ଫ୍ଲୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଳୀ

ଏଚ୍‌୩ଏନ୍‌୨ର ସବ୍‌ଟାଇପ୍‌ ଇନ୍‌ଫ୍ଲୁଏଞ୍ଜା ମାମାଲାରେ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ସ୍ବାଇନ୍‌ ଫ୍ଲୁ ବା ଏଚ୍‌୧ଏନ୍‌୧ର କିଛି ମାମଲା ବି ଚିହ୍ନଟ ହେଉଛି। ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ତଥ୍ୟ ପ୍ରକାଶ କରାଯାଇଛି। ତଥ୍ୟ ଅନୁସାରେ, ଫେବ୍ରୁଆରି ସୁଦ୍ଧା ସମୁଦାୟ ୯୫୫ଟି ଏଚ୍‌୧ଏନ୍‌୧ ମାମଲା ଚିହ୍ନଟ ହୋଇଛି। ସର୍ବାଧିକ ମାମଲା ତାମିଲନାଡୁରେ ଚିହ୍ନଟ ହୋଇଛି। ତାମିଲନାଡୁରେ ଏବେ ସୁଦ୍ଧା ୫୪୫ଟି ମାମଲା ଚିହ୍ନଟ ହୋଇ ସାରିଲାଣି। ସେହିପରି ମହାରାଷ୍ଟ୍ରରେ ୧୭୦ ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜୁରାଟରେ ୭୪, କେରଳରେ ୭୨ ଏବଂ ପଞ୍ଜାବରେ ୨୮ଟି ମାମଲା ଚିହ୍ନଟ ହୋଇଛି। ମାର୍ଚ ଶେଷ ବେଳକୁ ସଂକ୍ରମଣ ହାସ୍ର ପାଇପାରେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଯାହା ବି ହେଉ, ଇନ୍‌ଫ୍‌ଲୁଏଞ୍ଜା ମାମଲା କିନ୍ତୁ ଖୁବ୍‌ ଜୋର୍‌ ବୃଦ୍ଧି ପାଇବାରେ ଲାଗିଛି। ଏବେ ସୁଦ୍ଧା ୩,୯୭,୮୧୪ ମାମଲା ଚିହ୍ନଟ ହୋଇ ସାରିଲାଣି । ସ୍ବାସ୍ଥ୍ୟ ଗବେଷକମାନେ ସୂଚନା ଦେଇଛନ୍ତି ଯେ ଉଭୟ ଏଚ୍‌୩ଏନ୍‌୨ ଓ ଏଚ୍‌୧ଏନ୍‌୧ର କରୋନା ସହ ସମାନତା ରହିଛି। କରୋନା ମହାମାରୀର ପ୍ରାୟ ୨ ବର୍ଷ ପରେ ଏବେ ଦେଶରେ ପୁଣି ଥରେ ସଂକ୍ରମଣ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ରୋଗ ନିରାକରଣ ଓ ନିୟନ୍ତ୍ରଣ କେନ୍ଦ୍ର ଅନୁଯାୟୀ, ସ୍ବାଇନ୍‌ଫ୍ଲୁ ହେଉଛି ଇନ୍‌ଫ୍ଲୁଏଞ୍ଜା ଦ୍ବାରା ସୃଷ୍ଟି ହେଉଥିବା ଘଷୁରିମାନଙ୍କର ଏକ ଶ୍ବାସକ୍ରିୟାଜନିତ ରୋଗ। ୨୦୦୯ ମସିହାରେ ଏହି ଭାଇରସ୍‌ ଚିହ୍ନଟ ହୋଇଛି। ଏହା ମୁଖ୍ୟତଃ ଘୁଷୁରି, ପାରାଙ୍କ ଠାରୁ ହିଁ ଆସିଥ‌ାଏ।

 

Breaking News