ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ରେଳରେ ବରିଷ୍ଠ ନାଗରିକ ଯାତ୍ରା କଲେ ୫୦ ପ୍ରତିଶତ ରିହାତି ମିଳୁଥିଲା । ଯାହାକୁ ୨୦୨୦ରେ ବନ୍ଦ କରି ଦିଆଯାଇଥିଲା । ମାତ୍ର ଏହାକୁ ପୁଣିଥରେ ଆରମ୍ଭ କରାଯାଇ ପାରେ । କରୋନା ସମୟରେ ଏହାକୁ ହଟାଇ ଦିଆଯାଇଥିଲା । ଏବେ ବରିଷ୍ଠ ନାଗରିକଙ୍କୁ ପୁଣି ଥରେ ରିହାତି ଦେବା ପାଇଁ ଦାବି ଉଠିଛି । ବିଜେପି ସାସଂଦ ରାଧାମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ରେଳ ମନ୍ତ୍ରାଳୟର ସଂସଦୀୟ ସ୍ଥାୟୀ କମିଟି ଏ ବିଷୟରେ ନିଜ ରିପୋର୍ଟ ଦାଖଲ କରିଛନ୍ତି । ସଂସଦର ଉଭୟ ସଦନରେ ଏହାକୁ ଉପସ୍ଥାପିତ କରାଯିବ । ରିପୋର୍ଟ ଅନୁସାରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ପୁରୁଷ ଏବଂ ୫୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ମହିଳାଙ୍କୁ ରେଳ ଟିକେଟ୍ରେ ୫୦ ପ୍ରତିଶତ ରିହାତି ଦିଆଯିବ । ଏହା ସଂସଦରେ ପାରିତ ହେବା ପରେ ପୁଣି ଥରେ ରେଳଯାତ୍ରା ସମୟରେ ୫୦ ପ୍ରତିଶତ ରିହାତି ମିଳିବ ।






More Stories
ରାଜ୍ୟପାଳଙ୍କୁ ଭେଟିଲେ ବିଜୟ…..
ବିଜୟକୁ ଭେଟି ସମର୍ଥନ ଦେଲା କଂଗ୍ରେସ…..
ଇସ୍ତଫା ଦେଲେ ହିମନ୍ତ ବିଶ୍ବଶର୍ମା…..