ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ୧୦ ଦଫା ଦାବିରେ ଅନିଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛି। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ୍, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ। ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ଏହି କ୍ରମରେ ରାଜଧାନୀ ଭୁବନେଶ୍ବରରେ ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି। ଡ୍ରାଇଭରମାନେ ହଳଦିଆ ନମ୍ବର ଥିବା ସବୁ ମାଲବାହୀ ଗାଡ଼ିକୁ ଅଟକାଉଛନ୍ତି। ଶହଶହ ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି। ସେଭଳି ରାଜ୍ୟର ଅନେକ ଜିଲ୍ଲାରେ ଡ୍ରାଇଭରମାନେ ସେମାନଙ୍କର ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି। ରାଜ୍ୟ ସରକାରଙ୍କ ସହ ଡ୍ରାଇଭର ଏକତା ମହାମଞ୍ଚର ଆଲୋଚନା ବିଫଳ ହୋଇଥିବାରୁ ସାରା ରାଜ୍ୟରେ ଯାନାବାହନ ଚଳାଚଳ ପ୍ରଭାବିତ ହୋଇଛି। ବର୍ତ୍ତମାନ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଚାଲୁଥିବାରୁ ଛାତ୍ରଛାତ୍ରୀ ଙ୍କ ସହିତ ଯାତ୍ରୀ ମଧ୍ୟ ଯାତାୟତ କରିବା ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି |






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..