Report Card Odisha

| Daily Odia News

୪ ବିଚାରପତିଙ୍କୁ ପଦୋନ୍ନତି ଦେବାକୁ କଲେଜିୟମଙ୍କ ସୁପାରିସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୪ ଜଣ ଜିଲ୍ଲା ଜଜଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବାକୁ ଆଜି ସୁପ୍ରିମକୋର୍ଟ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଆର ଶକ୍ତିଭେଲ, ପି ଧାନବଲ, ଚିନ୍ନାସାମୀ କୁମପାରପ୍ପନ ଓ କେ ରାଜଶେଖରଙ୍କୁ ପ୍ରମୋସନ ଦେବାକୁ କଲେଜିୟମ କହିଛନ୍ତି। ଏଥିସହ ‌ଆର ଜନ ସତ୍ୟାନ ଓ ରାମାସ୍ୱାମୀ ନୀଲକନ୍ଦନଙ୍କୁ ପ୍ରମୋସନ ଦେବାକୁ ପୂର୍ବରୁ କରାଯାଇଥିବା ସୁପାରିସ ଉପରେ ମଧ୍ୟ ମୋହର ମାରିବାକୁ କଲେଜିୟମ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଚଳିତ ବର୍ଷ ଜାନୁଆରୀ ମାସରେ କଲେଜିୟମ ଏହି ଦୁଇ ଜଣଙ୍କୁ ହାଇକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିସ କରିଥିଲେ। ସୁପ୍ରିମକୋର୍ଟ କଲେଜିୟମ କହିଛନ୍ତି, ଯେଉଁମାନଙ୍କ ନାଁ ସୁପାରିସ କରାଯାଇଛି ଓ ପୁଣିଥରେ ଯେଉଁମାନଙ୍କୁ ପଦୋନ୍ନତି ଦେବାକୁ କୁହାଯାଇଛି, ବିଳମ୍ବ କିମ୍ବା ଏହାକୁ ନ ଫେରାଇ ତୁରନ୍ତ ମଞ୍ଜୁରି ଦିଆଯାଉ। ନଚେତ ବରିଷ୍ଠତା କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିବ। ଆର ଜନ ସତ୍ୟାନ ଓ ରାମାସ୍ୱାମୀଙ୍କ ନାଁ ଜାନୁଆରୀ ମାସରୁ ସୁପାରିସ କରାଯାଇଥିଲେ ହେଁ କେନ୍ଦ୍ର ସରକାର ଏଯାଏ ଏହା ଉପରେ ମୋହର ମାରି ନାହାନ୍ତି। ଏହି ସୁପାରିସ ଫାଇଲକୁ ପୁନଃବିଚାର କରିବାକୁ ମଧ୍ୟ କଲେଜିୟମ ପାଖକୁ ପଠାଇ ନାହାନ୍ତି। କେବଳ ସୁପାରିସ ଅନୁସାରେ କାର୍ଯ୍ୟକାରୀ କରିବାରେ ବିଳମ୍ବ କରି ଚାଲିଛନ୍ତି।

Breaking News