ରିପୋର୍ଟ କାର୍ଡ / ଭୁବନେଶ୍ବର
ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢଉ କରିଛି। ଏମ୍ସର ଫାର୍ମାସି ଷ୍ଟୋରର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସିବିଆଇ ଟିମ୍ ଚଢଉ କରି ଟେଣ୍ଡର ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। ଏଥିସହ ଟେଣ୍ଡର ପ୍ରକ୍ରିୟା ନେଇ ଫାର୍ମାସି ଷ୍ଟୋର କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ଫାର୍ମାସି ଷ୍ଟୋରର ଟେଣ୍ଡର ପ୍ରକ୍ରିୟା ଠିକ୍ ହୋଇଥିଲା ଥିଲା ନା ନାହିଁ, ଏଥିରେ କିଛି ଅନିୟମିତତା ହୋଇଛି ନାହିଁ ସେନେଇ ପଚରାଉଚରା କରାଯାଇଥିଲା। ଚଢ଼ାଉରେ ସିବିଆଇର ଦୁଇଟି ଟିମରେ ୮ଜଣ ଅଫିସର ସାମିଲ ହୋଇଥିଲେ।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..