ରିପୋର୍ଟ କାର୍ଡ / ଭୁବନେଶ୍ବର
୨୦୨୩-୨୪ ଶିକ୍ଷାବର୍ଷ ଆଜିଠୁ ଆରମ୍ଭ ହୋଇଛି । କୋଭିଡ୍ ପୂର୍ବବର୍ତ୍ତୀ ସମୟରେ ଯେଉଁଭଳି ପାଠପଢ଼ା ହେଉଥିଲା ପୁଣିଥରେ ସେଭଳି ଢାଞ୍ଚାରେ ଚାଲିବ। ଏବେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ସପ୍ତାହକୁ କେତୋଟି କ୍ଲାସ ହେବ, କେଉଁ ଦିନ କେଉଁ କ୍ଲାସ ରହିବ ସେ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ପ୍ରତି ସପ୍ତାହରେ ଖେଳ ପିରିୟଡ୍, ଲାଇବ୍ରେରି ପିରିୟଡ୍, ପ୍ରାକ୍ଟିକାଲ ପିରିୟଡ୍ ଆଦି ରହିବ। ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍କୁଲ କର୍ତ୍ତୃପକ୍ଷ କ୍ୟାମ୍ପସରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି। ଯଦି ୧୧ ତାରିଖ ପୂର୍ବରୁ କୌଣସି ଜିଲ୍ଲାରେ ଅଧିକ ଗ୍ରୀଷ୍ମ ପ୍ରବାହ ନଜରକୁ ଆସେ ତେବେ ଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେବା ସହ ଆଗୁଆ ସକାଳୁଆ ସ୍କୁଲ କରିପାରିବେ। ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ, ସରକାରୀ ଅନୁଦାନ ଓ ଘରୋଇ ବିଦ୍ୟାଳୟ ଲାଗି ଏହା ଲାଗୁ ହେବ ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି। ୨୦୨୩-୨୪ ଶିକ୍ଷାବର୍ଷରେ ପୂର୍ଣ୍ଣାଙ୍ଗ ସିଲାବସ୍ରେ ପିଲାମାନଙ୍କୁ ଶିକ୍ଷାଦାନ କରାଯିବ। ମାର୍ଚ୍ଚ ୩୧ ସୁଦ୍ଧା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଶେଷ କରାଯାଇ ଫଳ ପ୍ରକାଶିତ ହୋଇଛି।






More Stories
ପଥର ଖୋଲରୁ ନାବାଳକ ଉଦ୍ଧାର…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ…..
ଜନଗଣନା ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ…..