ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିକ୍କିମର ନାଥୁ ଲାରେ ବଡ଼ ଧରଣର ହିମସ୍ଖଳନ ଘଟି ୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୧ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବହୁ ସଂଖ୍ୟକ ପର୍ଯ୍ୟଟକ ବରଫରେ ଫସି ରହିଥିବା ବେଳେ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହିମସ୍ଖଳନ ସମୟରେ ୧୫୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଏହି ଅଞ୍ଚଳରେ ଥିବା ସୂଚନା ମିଳିଛି। ସେନା ଅଧିକାରୀ କହିଛନ୍ତି ଯେ, ଗାଙ୍ଗଟକକୁ ନାଥୁଲା ସହିତ ସଂଯୋଗ କରୁଥିବା ଜବାହରଲାଲ ନେହେରୁ ରୋଡରେ ଘଟିଥିବା ହିମସ୍ଖଳନରେ ୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ୮୦ରୁ ଅଧିକ ଲୋକ ବରଫ ଅତଡ଼ା ତଳେ ଫସି ରହିଥିବାର ଆଶଙ୍କା କରାଯାଉଛି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..