ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଆପ୍ ନେତା ସତ୍ୟେନ୍ଦ୍ର ଜୈନ୍ଙ୍କ ଜାମିନ ଆବେଦନ ଖାରଜ ହୋଇଛି | ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିପାରନ୍ତି କହି ଆଜି ଦିଲ୍ଲୀ ହାଇକୋର୍ଟ ଜାମିନ ଖାରଜ କରି ଦେଇଛନ୍ତି। ମନି ଲଣ୍ଡରିଙ୍ଗ୍ ମାମଲାରେ ୨୦୨୨ ମେ’ରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦ୍ୱାରା ସତ୍ୟେନ୍ଦ୍ର ଗିରଫ ହୋଇଥିଲେ। ନଭେମ୍ବର ମାସରେ ବି ସେ ଜାମିନ ପାଇଁ ଆବେଦନ କରିଥିଲେ, କିନ୍ତୁ ଟ୍ରାଏଲ୍ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ସତ୍ୟେନ୍ଦ୍ରଙ୍କ ସହିତ ଏହି ମାମଲାରେ ଆଉ ଦୁଇଜଣଙ୍କ ଅଭିଯୁକ୍ତ ବୈଭବ ଜୈନ ଓ ଅଙ୍କୁଶ ଜୈନ୍ଙ୍କ ଜାମିନ ଆବେଦନ ମଧ୍ୟ ଅଦାଲତ ଖାରଜ କରି ଦେଇଛନ୍ତି। ଅର୍ଥ ହେରଫେର ମାମଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା।






More Stories
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..