ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଜିଲ୍ଲା ଏମଭି ୪୨ ଗ୍ରାମ ନିକଟରେ ଏକ ବରଗଛରେ ଜଣେ ଏପିଆର ପୋଲିସ କନେଷ୍ଟବଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ଗ୍ରାମ ନିକଟରେ ଏଭଳି ଘଟଣା ଘଟିଥିବାର ଗ୍ରାମବାସୀ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ପୋଲିସ କନେଷ୍ଟବଳ ଜଣେ ହେଉଛନ୍ତି ସୁଶାନ୍ତ ହାଲଦାର। ମୃତ ସୁଶାନ୍ତଙ୍କ ପକେଟରେ ୮ଟି ହାତଲେଖା ସୁଇସାଇଡ ନୋଟକୁ ପୋଲିସ ଜବତ କରିଛି। ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟରେ ହୋଇଥିବା ବେଳେ ସେ ମାଲକାନଗିରି ଏମଭି ୪୨ ଗ୍ରାମରେ ବିବାହ କରିଥିଲେ। ପୋଲିସ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଝୁଲନ୍ତା ମୃତଦେହକୁ ଓହ୍ଲାଇ ଶବବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛନ୍ତି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..