ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଯଦିଓ କିଛି ଅଘଟଣ ଘଟିବାର ସମ୍ଭାବନା ଅଛି; ତଥାପି ଧୈର୍ଯ୍ୟ ଓ ସାହସର ସହିତ ତା’ର ମୁକାବିଲା କଲେ କିଛିଟା ସୁଧାର ଆସିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତର୍କରେ ଚଳିବେ।
ବୃଷ : ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ବ ଉପଲବ୍ଧ ହେବ। ଆନନ୍ଦ, ଉତ୍ସବ, ସୁଖ, ସମୃଦ୍ଧିର ଦିନଟି ଆଜି। ବାଣିଜ୍ୟ ବସତି ଲକ୍ଷ୍ମୀ। ଏହି ଉକ୍ତି ପ୍ରମାଣିତ ହେବ। ପତ୍ନୀଙ୍କ ସହାୟତା ମିଳିବ।
ମିଥୁନ : ଆପଣଙ୍କ ଆଦର୍ଶ ବ୍ୟକ୍ତିତ୍ବ ନିକଟରେ ଶତ୍ରୁତାର ଅବସାନ ଘଟିବ। ସତ୍ସଙ୍ଗରୁ ପାଇବେ ଶାଶ୍ବତ ସୁଖ, ଶାନ୍ତିର ସୂତ୍ର। ଋଣଦାତାଙ୍କ ଆର୍ଶୀବଚନ ଆପଣଙ୍କ ବରଦାନ ସଦୃଶ ହେବ। ମହାଜନ ଅଳ୍ପକେ ସନ୍ତୁଷ୍ଟ ହେବେ।
କର୍କଟ : ଈଶ୍ବର ଭକ୍ତିରେ ପ୍ରଭାବିତ ହୋଇ ପ୍ରବଚକ ହୋଇପାରନ୍ତି। ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଧର୍ମପତ୍ନୀଙ୍କ ସହଯୋଗ ଉପାଦେୟ ହେବ।
ସିଂହ : ଚେତନାର ଉଳ ପ୍ରଦୀପ ହୋଇପାରନ୍ତି। ନିଜ ପ୍ରତି କଠୋର ହେଲେ ବି ଅନ୍ୟମାନଙ୍କ ପ୍ରତି କୋମଳ ମନୋଭାବର ହୋଇପାରନ୍ତି। କଠିନ ଶ୍ରମରୁ ସଫଳତା ମିଳିବ।
କନ୍ୟା : ପୁଣ୍ୟ ଅର୍ଜନର ରୁଦ୍ଧ ଦ୍ବାରକୁ ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଉନ୍ମୁକ୍ତ କରିପାରନ୍ତି। ପ୍ରେମ ଓ ଉଦାର ମାନବିକତା ରୂପକ ଧର୍ମକୁ ଧାରଣ କରିପାରନ୍ତି। ସତ୍ୟ ଓ ଅହିଂସା ଜୀବନର ସଂହିତା ହେବ।
ତୁଳା : ଦାନ ଧର୍ମାନ୍, ରାଜ ଧର୍ମାନ୍, (ଶ୍ରୀ) ସ୍ତ୍ରୀ ଧର୍ମାନ୍, ଭଗବତ୍ ଧର୍ମାନ୍ ନୀତି ଅବଲମ୍ବନ କଲେ ଧନ, ମାନ, ନାନାଦିର ଉଳ ପ୍ରଦୀପ ହୋଇପାରନ୍ତି। ସେବା ଓ ପରୋପକାରରେ ମନୋନିବେଶ କରିପାରନ୍ତି।
ବିଛା : ସତ୍ ସହିତ ସୁସମ୍ପର୍କ ଯୋଡ଼ି ସତ୍ସଙ୍ଗର ସଫଳ ରୂପାୟନ କରିପାରନ୍ତି। ଆଗନ୍ତୁକଙ୍କ ଆତିଥ୍ୟକୁ ସାଦରେ ଗ୍ରହଣକରି ଶକ୍ତିବର୍ଦ୍ଧକ ଭୋଜନରେ ଆପ୍ୟାୟିତ କରିବେ। ଶ୍ରୀଚନ୍ଦ୍ର ହେତୁ ଭଲ ଆୟ ହେବ।
ଧନୁ : ପ୍ରତ୍ୟୁତ୍ପନ୍ନମତି ସମ୍ପନ୍ନ ହେବେ। ଗୁଣ, ଗରିମାର ଗନ୍ତାଘର ହେଲେ ବି ଭାଷା ଓ ବ୍ୟବହାର କମନୀୟ ଓ ନମନୀୟ ହେବ। କର୍ମ ତତ୍ପରତା ଓ କାର୍ଯ୍ୟନିଷ୍ଠା ଆପଣଙ୍କୁ ଶ୍ରେଷ୍ଠ କରିପାରେ।
ମକର : ଭକ୍ତିରୂପକ ଅମୂଲ୍ୟରତ୍ନକୁ ପାଥେୟ କରି, ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। କରିତ୍କର୍ମା ହେବେ। ସରକାରୀ ସ୍ତରରୁ ଧନ ଆହରଣ କରିବାରେ ସକ୍ଷମ ହେବେ।
କୁମ୍ଭ : ଜ୍ଞାନାଲୋକରେ କର୍ମମୟ ଜୀବନକୁ ଉଳମୟ କରିପାରନ୍ତି। ଅନ୍ୟର ଚଲାପଥରେ ଆଲୋକ ବିଛାଇ ଦେବାର ଧର୍ମ ଆଚରଣ କରିପାରନ୍ତି। ସମାଜସେବାରେ ବ୍ରତୀ ହୋଇ ଲୋଙ୍କ ସେବା କରିବେ।
ମୀନ : ଭାଗ୍ୟଲକ୍ଷ୍ମୀଙ୍କ କରୁଣା ଦୃଷ୍ଟି ଆପଣଙ୍କ ଉପରେ ରହିଛି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଦୈବୀ ପ୍ରଦତ୍ତ କ୍ଷମତା ସଦ୍ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି।






More Stories
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଆଜି ପବିତ୍ର ଧନତେରାସ…..
ଧନ ଲାଭ କରିବେ…..