ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ବିହାର ମହାଗଠବନ୍ଧନ’ର ଅନ୍ୟ ନେତାମାନଙ୍କ ସହିତ ମିଶି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଦିନ ରାବ୍ଡୀ ଦେବୀ ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କଦ୍ବାରା ଆୟୋଜିତ ‘ଇଫ୍ତାର୍ ପାର୍ଟି’ରେ ଯୋଗ ଦେଇଥିଲେ। ନିଜ ବାସଭବନରେ ଆୟୋଜିତ ଏହି ‘ଇଫ୍ତାର୍ ପାର୍ଟି’କୁ ଆମନ୍ତ୍ରିତ ସମସ୍ତ ଅତିଥିଙ୍କୁ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ବ୍ୟକ୍ତିଗତ ଭାବେ ଆପ୍ୟାୟିତ କରିଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ସମେତ ଏହି ‘ଇଫ୍ତାର୍ ପାର୍ଟି’କୁ ଆସିଥିବା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍ଝି, ‘ଜନ ଅଧିକାର ପାର୍ଟି’ର ମୁଖ୍ୟ ପପ୍ପୁ ଯାଦବ ଏବଂ ‘ଜନତା ଦଳ ୟୁନାଇଟେଡ୍’ର ଜାତୀୟ ଅଧ୍ୟକ୍ଷ ଲାଲନ୍ ସିଂହ। ସୂଚନାଯୋଗ୍ୟ, ରାମ ନବମୀ ପାଳନ ସମୟରେ ସାସାରାମ୍ ଏବଂ ବିହାରଶରିଫ୍ରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ସଂଗଠିତ ହେବା ପରେ ଆଗାମୀ ୨୦୨୪ ଲୋକସଭା ପ୍ରତି ଦୃଷ୍ଟି ଦେଇ ସଂଖ୍ୟାଲଘୁ ଭୋଟ୍ ବ୍ୟାଙ୍କ୍କୁ ପ୍ରଲୁବ୍ଧ କରିବା ଲାଗି ‘ମହାଗଠବନ୍ଧନ’ ନେତାମାନେ ‘ଇଫ୍ତାର୍ ପାର୍ଟି’ ଦେଉଛନ୍ତି। କୌତୂହଳର କଥା ଯେ, ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆୟୋଜନ କରିଥିବା ‘ଇଫ୍ତାର୍ ପାର୍ଟି’ରେ ଯୋଗ ଦେଇ ନ ଥିବା ‘ଲୋକ ଜନଶକ୍ତି ପାର୍ଟି’ର (ଆର୍) ମୁଖ୍ୟ ଚିରାଗ ପାସ୍ୱାନ୍ ରାବ୍ଡ଼ୀ ଦେବୀଙ୍କ ‘ଇଫ୍ତାର୍ ପାର୍ଟି’କୁ ଆସି ନୀତୀଶ କୁମାରଙ୍କ ଚରଣ ସ୍ପର୍ଶ କରିଥିଲେ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..