Report Card Odisha

| Daily Odia News

ଭାରତ ଗସ୍ତରେ ଅଛନ୍ତି ଏମିନେ ଝାପାରୋଭା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନର ଉପ ବିଦେଶ ମନ୍ତ୍ରୀ ଏମିନେ ଝାପାରୋଭା ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ୨୦୨୧ ଫେବ୍ରୁଆରିରେ ଯୁଦ୍ଧ ହେବାଠାରୁ ‌ସେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ଝାପାରୋଭା ବିଦେଶ ବ୍ୟାପାର ମନ୍ତ୍ରାଳୟର ପ୍ରତିନିଧିଙ୍କୁ ଭେଟିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ୟୁକ୍ରେନ ଗସ୍ତ ପାଇଁ ନିମନ୍ତ୍ରଣ କରିବେ ବୋଲି ଜଣାପଡ଼ିଛି। ଝାପାରୋଭା ଏପ୍ରିଲ ୯ରୁ ୧୨ ପର୍ଯ୍ୟନ୍ତ ଭାରତରେ ରହିବେ। ଝାପାରୋଭା ବିଦେଶ ବ୍ୟାପାର ମନ୍ତ୍ରାଳୟର ସଂଜୟ ବର୍ମାଙ୍କ ସହ କଥା ହେବେ। ସେ ମଧ୍ୟ ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ଏବଂ ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ବିକ୍ରମ ମିସ୍ରିଙ୍କୁ ଭେଟିବେ।

Breaking News