Report Card Odisha

| Daily Odia News

ଭାରତର ବିଦେଶ ନୀତିକୁ ଇମ୍ରାନଙ୍କ ପ୍ରଶଂସା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର ବିଦେଶ ନୀତିକୁ ପ୍ରଶଂସା କରିଛନ୍ତି। ଭାରତ ଭଳି ଇସଲାମାବାଦ ମଧ୍ୟ ରୁଷ ଠାରୁ ଶସ୍ତାରେ ତେଲ ଆଣିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ତାଙ୍କ ସରକାର ଆସ୍ଥା ଭୋଟରେ ହାରି ଯିବାରୁ ଏହା ସମ୍ଭବ ହୋଇ ପାରି ନଥିଲା ବୋଲି ଇମ୍ରାନ ଖାନ କହିଛନ୍ତି। ଦେଶକୁ ଭିଡିଓ ବାର୍ତ୍ତା ଦେଇ ଇମ୍ରାନ ଖାନ କହିଛନ୍ତି, “ଆମେ ରୁଷ ଠାରୁ ଭାରତ ଭଳି ଶସ୍ତାରେ ତେଲ ଆଣିବାକୁ ଚାହୁଁଥିଲୁ। କିନ୍ତୁ ମୋ ସରକାର ଦୁର୍ଭାଗ୍ୟଶବତଃ ଗୋଟିଏ ଆସ୍ଥା ଭୋଟରେ ଭୁଶୁଡ଼ି ପଡ଼ିବାରୁ ଏହା ସମ୍ଭବ ହୋଇପାରିଲା ନାହିଁ।” ଇମ୍ରାନ ଖାନ ୨୩ ବର୍ଷ ମଧ୍ୟରେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ରୁଷ ଗସ୍ତ କରିଥିଲେ। କିନ୍ତୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଆଶ୍ୱସ୍ତ କରିବା ଭଳି କୌଣସି ଡିଲ୍‌ ସେ କରିବାକୁ ସକ୍ଷମ ହୋଇ ନଥିଲେ। ପାକିସ୍ତାନ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସବୁ ଜରୁରୀ ସାମଗ୍ରୀର ମୂଲ୍ୟ ଆଶାତୀତ ଭାବେ ବଢ଼ି ଯାଇଛି। ଲୋକମାନେ ଖାଦ୍ୟ ସାମଗ୍ରୀ ପାଇଁ ସଂଘର୍ଷ କରୁଛନ୍ତି। ଏପରି ସ୍ଥିତିରେ ଇମ୍ରାନ ଖାନ ରୁଷ ଠାରୁ ଶସ୍ତାରେ ତେଲ କିଣିବା କଥା କହିଛନ୍ତି।

 

Breaking News