ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ବୋଲେରୋ ଉପରେ ପୋକଲେନ୍ ମାଡିଯାଇ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ କୋଇଲା ଖଣିରେ | ମୃତକମାନେ ହେଉଛନ୍ତି ଉମାକାନ୍ତ ପଟେଲ ଓ ଜଗଦୀଶ ଓରାମ । ତେବେ କୋଇଲା ଖଣିରେ ପୋକଲେନରେ କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ- ସିଫ୍ଟ ସରିବା ପରେ ୬ଜଣ କର୍ମଚାରୀ ଗର୍ଜନବାହାଲ କୋଇଲା ଖଣିରୁ ବୋଲେରୋ ଯୋଗେ ଫେରୁଥିଲେ। ଏହି ସମୟରେ କୋଇଲା ଖଣି ଭିତରେ ପୋକଲେନଟି କୋଇଲା ଲୋଡିଂ କରୁଥିଲା। ଅଧିକ କୋଇଲା ଗଦା ହୋଇଥିବାରୁ ପୋକଲେନ୍ଟି ଦେଖିପାରି ନଥିଲା। ପଛରେ ଥିବା ବୋଲେରୋ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣା ପରେ ବୋଲେରୋଟି ଘଟଣାସ୍ଥଳରେ ଓଲଟି ପଡ଼ିଥିଲା। ବୋଲେରୋରେ ଥିବା ୬ ଜଣ କର୍ମଚାରୀ ଗାଡ଼ି ଭିତରେ ଚାପି ହୋଇଯାଇଥିଲେ।






More Stories
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..