Report Card Odisha

| Daily Odia News

ଏ ବର୍ଷ ସ୍ୱଭାବିକ ବର୍ଷା……

ରିପୋର୍ଟ କାର୍ଡ / ଭୁବନେଶ୍ବର

ମୌସୁମୀ ବର୍ଷା ନେଇ ଆଜି ସାମ୍ବାଦିକ ସମ୍ମିଳନୀ ଯୋଗେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ (ଆଇଏମଡି ଡିଜି) ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। କହିଛନ୍ତି କି ଚଳିତ ବର୍ଷ ହେବ ସ୍ୱଭାବିକ ବର୍ଷା ହେବ | ମୌସୁମୀ ବର୍ଷା ପରିମାଣ ୯୬% ହେବା ନେଇ ପୂର୍ବାମନୁମାନ କରାଯାଇଛି। ମୌସୁମୀରେ ଦେଶରେ ହାରାହାରି ୮୭ ସେଣ୍ଟିମିଟର ବର୍ଷା ହୋଇଥାଏ। ଚଳିତ ବର୍ଷ ୯୬% ହିସାବରେ ୮୩.୫ ସେଣ୍ଟିମିଟର ବର୍ଷାର ସମ୍ଭାବନା ରହିଛି।୯୬%ରୁ ୧୦୪% ବର୍ଷା ହେଲେ ଏହାକୁ ସ୍ୱାଭାବିକ ବର୍ଷା କୁହାଯାଏ। ମୌସୁମୀର ଦ୍ୱିତୀୟାର୍ଦ୍ଧରେ ଏଲ୍‌‌-ନିନୋ ସମସ୍ୟା ସମ୍ଭାବନା ରହିଥିଲେ ମଧ୍ୟ ବର୍ଷା ପରିମାଣ ସ୍ୱାଭାବିକ ରହିବ।

Breaking News