ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ବେଲଦଳ ଅଞ୍ଚଳରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାମଲାର ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ବେଦାନ୍ତର ୧୦ ହଜାର ଏକର ଜମି ଅଧିଗ୍ରହଣକୁ ବେଆଇନ କହିଲେ ସୁପ୍ରିମକୋର୍ଟ। ଏଥିସହ ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା କରାଯିବା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି କୋର୍ଟ। ଏବଂ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟର ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ କେ ମୁରାରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣୀ କରି ଏହି ରାୟ ପ୍ରକାଶ କରିଛନ୍ତି। ଏନେଇ ଜମିହରା ଚାଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଆଦିତ୍ୟ ଦାସ ଦେଲେ ସୂଚନା ଦେଇଛନ୍ତି। ସରକାରଙ୍କ ଜମି ଅଧିଗ୍ରହଣକୁ ୨୦୧୦ ନଭେମ୍ବର ୧୬ରେ ବେଆଇନ କହିଥିଲେ ହାଇକୋର୍ଟ। ଏଥିସହ ଚାଷୀଙ୍କ ଜମି ଫେରାଇବାକୁ କହିଥିଲେ। ଏହି ରାୟକୁ ଚାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅନୀଲ ଅଗ୍ରଆଲ ଫାଉଣ୍ଡେସନ ଓ ରାଜ୍ୟ ସରକାର।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..