ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁରରେ କାଲି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିବା ବେଳେ ଆଜି ପୂରା ସମ୍ବଲପୁରକୁ ଜଗିଛି ପୋଲିସ । ଆଜି ସନ୍ଧ୍ୟାରେ ବ୍ରକ୍ସ ହିଲ ହନୁମାନ ମନ୍ଦିରରେ ଶୋଭାଯାତ୍ରା ବାହାରିବ । ଯେପରି ଶାନ୍ତିରେ ହନୁମାନ ଜୟନ୍ତୀ ପାଳନ କରାଯିବ ତାହାକୁ ନେଇ ବହୁ ବ୍ୟବସ୍ଥା କରାଯାଇଛି । ଗତକାଲିରେ ମଧ୍ୟ ଏଠାରେ ପୋଡାଜଳା ହୋଇଥିବା ସୂଚନା ମିଳିଥିବା ବେଳେ ଆଜି ଯେପରି କୌଣସି ବିବାଦ ନହୁଏ ଏହାକୁ ନେଇ ବହୁ ବନ୍ଦୋବସ୍ତ କରାଯାଇଛି । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସବୁ ସମ୍ବଲପୁରକୁ ଜଗି ରହିଛନ୍ତି । ଆଜି ୭ଟା ସମୟରେ ଶୋଭାଯାତ୍ରା ବାହାରିବ । ଯାହାକୁ ନେଇ ସାରା ସମ୍ବଲପୁରବାସୀ ଏଠାରେ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି । କାଲି ଠାରୁ ସମ୍ବଲପୁରରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିଛି । କେଉଁଭଳି ଭାବେ କୌଣସି ବିବାଦ ମୁଣ୍ଡ ନ ଟେକେ ଏହାକୁ ନେଇ ଜିଲ୍ଳା ପ୍ରଶାସନ ସଜାଗ ରହିଛି । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ମଧ୍ୟ ଜାରି ରହିଛି । ସୂଚନାମୁତାବକ ହନୁମାନ ଜୟନ୍ତୀ ଉପଲକ୍ଷେ ବୁଧବାର ସମ୍ବଲପୁର ଧନୁପାଲି ଛକରୁ ବାହାରିଥିବା ବାଇକ ରାଲିକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହାପରେ ଉତ୍ୟକ୍ତ ଲୋକ ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା କରିଥିଲେ । ଦୋକାନ, କାର ଓ ବାଇକରେ ନିଆଁ ଲଗାଇ ଦେଇଥିଲେ। ଲୋକଙ୍କ ପଥରମାଡରେ ୧୦ ପୋଲିସ କର୍ମଚାରୀଙ୍କ ସମେତ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଥିଲା । ଏହି ଘଟଣାରେ ପୋଲିସ ୪୨ ଜଣଙ୍କୁ ଅଟକ ରଖିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..