ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ଚୁକ୍ତିଭିତ୍ତିକ ଓ ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କ ଚାକିରି ନିୟମିତ ହେବ। ୬ ମାସ ପରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିଛି ଗଣଶିକ୍ଷା ବିଭାଗ । ଏହାଦ୍ବାରା ଉପକୃତ ହେବେ ୧୮ହଜାରରୁ ଅଧିକ ହାଇସ୍କୁଲ ଶିକ୍ଷକ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମିତ କରିବାକୁ ବହୁ ଦିନରୁ ଶିକ୍ଷକମାନେ ଦାବି କରୁଥିଲେ । ଗତ ସପ୍ତାହରେ ରାଜ୍ୟର ପ୍ରାୟ ୧୮ହଜାରରୁ ଅଧିକ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକମାନେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ସାଧାରଣ ପ୍ରଶାସନ ବିଭାଗର ଓଡ଼ିଶା ଗ୍ରୁପ-ବି ପଦବୀ(ଚୁକ୍ତିଭିତ୍ତିକ ନିଯୁକ୍ତି) ନିୟମ,୨୦୧୩ ଅନ୍ତର୍ଗତ ଯେଉଁ ଶିକ୍ଷକମାନେ ପ୍ରାଥମିକ ପର୍ଯ୍ୟାୟରେ ନିଯୁକ୍ତି ପାଇଥିଲେ। ସେମାନଙ୍କ ଚାକିରି ଓଡ଼ିଶା ଗ୍ରୁପ-ବି,ସି,ଡି ପଦବୀ(ଉଚ୍ଛେଦ ଓ ସ୍ୱତନ୍ତ୍ର ପ୍ରାବଧାନ) ନିୟମ-୨୦୨୨ ଆଧାରରେ ନିୟମିତ ହେବ । ଶିକ୍ଷକମାନଙ୍କ ନିଯୁକ୍ତି ବର୍ଷ ଓ ମେଧାତାଲିକା ଅନୁସାରେ ସେମାନଙ୍କର ବରିଷ୍ଠତା ବିବେଚନା କରାଯିବ । ସେହିପରି ଯେଉଁ ଶିକ୍ଷକମାନେ ଓଡ଼ିଶା ଗ୍ରୁପ-ବି ପଦବୀ(ଚୁକ୍ତିିଭିତ୍ତିକ ନିଯୁକ୍ତି) ନିୟମ-୨୦୧୩ ପୂର୍ବରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବେ କିମ୍ବା ସେମାନେ ଏହି ନିୟମର ବିଜ୍ଞପ୍ତି ଜାରି ହେବା ପୂର୍ବରୁ ୬ବର୍ଷ ଚାକିରି ପୂରଣ କରିନଥିବେ ସେମାନଙ୍କ ଚାକିରିର ନିୟମିତ ଅବଧି ଗଣଶିକ୍ଷା ବିଭାଗ ୨୦୦୮ ଓ ୨୦୧୧ ମସିହାର ବିଜ୍ଞପ୍ତି ଆଧାରରେ ବିବେଚନା କରାଯିବ। ସଂରକ୍ଷଣ ନିୟମକୁ ପାଳନ କରି ଏହି ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ନିଯୁକ୍ତିକୁ ନିୟମିତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।






More Stories
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..
ଆଜିଠାରୁ ଯୁକ୍ତ ୨ ପରୀକ୍ଷା……
ଶପଥ ନେଲେ ତାରିକ ରହମାନ…..