ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମନ୍ତ୍ରୀ ଗିରିରାଜ ସିଂକହିଛନ୍ତି, ଯୋଗ୍ୟ ଲୋକଙ୍କୁ ଆବାସ ଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଯୋଗ୍ୟ ଲୋକେ ଆବାସ ପାଉନଥିବା ଅଭିଯୋଗ ଆସୁଛି। ସେନେଇ ଯାଞ୍ଚ କରାଯିବ। ସବୁ ନିୟମରୁ ଉର୍ଦ୍ଧ୍ବକୁ ଯାଇ ଓଡ଼ିଶାକୁ ୩୮ ଲକ୍ଷ ଘର ଦିଆଯାଇଛି। ଉପା ସରକାର ସମୟରେ ଗ୍ରାମୀଣ ବିକାଶ ବିଭାଗରୁ ରାଜ୍ୟକୁ ମାତ୍ର ୨୬ହଜାର କୋଟି ମିଳୁଥିଲା। ମୋଦୀ ସରକାର ସମୟରେ ଏହା ୧ଲକ୍ଷ କୋଟିକୁ ବୃଦ୍ଧି ହୋଇଛି। ଏଥିରୁ ଓଡ଼ିଶା ପ୍ରତି ମୋଦୀ ସରକାରଙ୍କ ଭଲ ପାଇବା ଜଣାପଡ଼ୁଛି। ଏଣେ ସମ୍ବଲପୁର ହିଂସାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ। ଓଡ଼ିଶା ଭଳି ଶାନ୍ତ ଓ ସାଂସ୍କୃତିକ ରାଜ୍ୟରେ ଅଲଗାଓବାଦୀ ଓ କଟ୍ଟରବାଦୀ ଚିନ୍ତାଧାରା ଚଳିବ ନାହିଁ। ହନୁମାନ ଜୟନ୍ତୀ ଏବଂ ରାମ ନବମୀ ଶୋଭାଯାତ୍ରା ଉପରେ ପଥର ମାଡ଼ ଘଟଣା ଓଡ଼ିଶାରେ କିମ୍ବା ଦେଶରେ ଗ୍ରହଣୀୟ ନୁହେଁ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..