Report Card Odisha

| Daily Odia News

ଚୀନ୍‌ କୌଣସି ପକ୍ଷକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିବ ନାହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନ୍‌ ଯୁଦ୍ଧରେ ଚୀନ୍‌ କୌଣସି ପକ୍ଷକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିବ ନାହିଁ ବୋଲି ଦେଶର ବୈଦେଶିକ ମନ୍ତ୍ରୀ କହିଛନ୍ତି। ୟୁକ୍ରେନ୍‌ ଯୁଦ୍ଧରେ ବେଜିଙ୍ଗ୍‌ ରୁଷ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବ ବୋଲି ପାଶ୍ଚାତ୍ୟ ରାଷ୍ଟ୍ରମାନେ ଆଶଙ୍କା କରୁଛନ୍ତି ବୋଲି ପଚାରିବାରୁ ବେଦେଶିକ ମନ୍ତ୍ରୀ କ୍ବିନ୍‌ ଗାଙ୍ଗ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି | ଆହୁରି କହିଛନ୍ତି ବେସାମରିକ ଓ ସାମରିକ ବ୍ୟବହାର ଉପଯୋଗୀ ସାମଗ୍ରୀ ଯୋଗାଣ ଉପରେ ମଧ୍ୟ ଚୀନ୍‌ କଟକଣା ଲାଗୁ କରିବ। ସୂଚନାଯୋଗ୍ୟ, ଚୀନ୍‌ ଗସ୍ତରେ ଆସିଥିବା ଜର୍ମାନ ବୈଦେଶିକ ମନ୍ତ୍ରୀ ଆନ୍ନାଲେନା ବାଏର୍‌ବକ୍‌ଙ୍କ ସହିତ ସାମ୍ବାଦିକ ସମ୍ମିଳନୀରେ କ୍ବିନ୍‌ କହିଛନ୍ତି- ଏହି ଯୁଦ୍ଧରେ ସମ୍ପୃକ୍ତ ଥିବା ପକ୍ଷମାନଙ୍କୁ ଚୀନ୍‌ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବନାହିଁ।  ଉଭୟ ସାମରିକ ଓ ବେସାମରିକ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ସାମଗ୍ରୀ ରପ୍ତାନି ଉପରେ ଆଇନ ଅନୁଯାୟୀ କଟକଣା ଲାଗୁ କରାଯିବ। ଚୀନ୍‌ ଏହି ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି। ଏଥିରେ ଚୀନ୍‌ ସହଯୋଗ କରିବ ବୋଲି ମଧ୍ୟ ସେ ପୁଣି ଥରେ କହିଛନ୍ତି। ଏହାଛଡ଼ା, ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍‌ ଲି ଶାଙ୍ଗ୍‌ଫୁ ଆସନ୍ତା ସପ୍ତାହରେ ରୁଷ୍‌ ଗସ୍ତରେ ଯାଇ ରୁଷୀୟ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ଏବଂ ଅନ୍ୟାନ୍ୟ ସେନା ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ ବୋଲି ମଧ୍ୟ ଶୁକ୍ରବାର ଦିନ ଚୀନ୍‌ କହିଛି। ଜର୍ମାନ ବୈଦେଶିକ ମନ୍ତ୍ରୀ ଆନ୍ନାଲେନା ବାଏର୍‌ବକ୍‌ କହିଲେ, ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରିବା ପାଇଁ ଚୀନ୍‌ ଏଯାବତ୍‌ କାହିଁକୁ ରୁଷ୍‌ କହିନାହିଁ ଭାବି ମୁଁ ବିସ୍ମିତ ହେଉଛି। ରାଷ୍ଟ୍ରପତି ପୁଟିନ୍‌ ଯୁଦ୍ଧ ବନ୍ଦ କଲେ ୟୁକ୍ରେନ୍‌ବାସୀ ପୁଣି ଶାନ୍ତିରେ ବସବାସ କରନ୍ତେ।

Breaking News