ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେକ୍ସିକୋର ଏକ ୱାଟରପାର୍କରେ ଜଣେ ବନ୍ଧୁକଧାରୀ ଜଣେ ଶିଶୁ ସମେତ ୭ ଜଣଙ୍କୁ ହତ୍ୟା କରିଛି। ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଏହାବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛି। କୋର୍ଟାଜାର ପୌରାଞ୍ଚଳ ଅଧୀନରେ ଏହି ଗୁଳିକାଣ୍ଡ ହୋଇଛି। ବନ୍ଧୁକଧାରୀ ବ୍ୟକ୍ତିଜଣକ ଲା ପାଲମା ସ୍ବିମିଂ ରିସର୍ଟରେ ସେଠାକାର ସ୍ଥାନୀୟ ସମୟ ୪ଟା ୩୦ ମିନିଟରେ ପହଞ୍ଚି ଏହି ଆକ୍ରମଣ କରିଥିଲା । ଆକ୍ରମଣକାରୀ ସିଧାସଳଖ ଲୋକଙ୍କ ନିକଟକୁ ଯାଇ ଗୁଳି ଚଳାଇଥିଲା। ସ୍ଥାନ ଛାଡ଼ିବା ପୂର୍ବରୁ ଆକ୍ରମଣକାରୀ ସିକ୍ୟୁରିଟି କ୍ୟାମେରା ମଧ୍ୟ ନେଇଯାଇଥିବା ଜଣାପଡିଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….