ରିପୋର୍ଟ କାର୍ଡ / ଭୁବନେଶ୍ୱର
ସମ୍ବଲପୁରର ବର୍ତ୍ତମାନ ସ୍ଥିତିକୁ ଦେଖି ଇଣ୍ଟରନେଟ ସେବାକୁ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ସେ ସୂଚନା ଦେଇ କହିଛନ୍ତି ଯେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ଆସନ୍ତା କାଲି ୧୦ ଟାପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ତେବେ ଏହା ପୂର୍ବରୁ ଗତକାଲି ମଧ୍ୟ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପୁଣି ଆଜି ମଧ୍ୟ ଏହି ନିର୍ଦ୍ଦେଶ ଲାଗୁ କରାଯାଇଛି । ସୋସିଆଲ ମିଡିଆର ଅପବ୍ୟବହାର ଦ୍ୱାରା ପରିସ୍ଥିତି ଜଟିଳ ହେବା ଆଶଙ୍କା କରି ଏହି ନିଷ୍ପତ୍ତି ନିଆଯାଇଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..