Report Card Odisha

| Daily Odia News

କୃଷକ ଙ୍କୁ ମିଳିବ ୯୦% ପର୍ଯ୍ୟନ୍ତ ସବସିଡି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାର କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ପାଇଁ ଏବଂ କୃଷକଙ୍କୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସରକାର ଏକ ନୂଆ ସ୍କିମ ଆଣିଛନ୍ତି । ତେବେ ଏହାଦ୍ୱାରା କୃଷକ ୯୦% ପର୍ଯ୍ୟନ୍ତ ସବସିଡି ପାଇପାରିବେ। ଦେଶର କୋଟି କୋଟି କୃଷକ ଏହି ଯୋଜନାରେ ଉପକୃତ ହୋଇପାରିବେ ବୋଲି କୁହାଯାଉଛି । କେନ୍ଦ୍ର ସରକାରଙ୍କର ଏହି ଯୋଜନା ହେଉଛି ପିଏମ୍ କୁସୁମ ଯୋଜନା। ଯେଉଁ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସୌର ପମ୍ପ ସ୍ଥାପନ କରିବା ପାଇଁ ସୁବିଧା ଯୋଗାଇ ଦିଆଯିବ । ପିଏମ୍ କୁସୁମ ଯୋଜନା ଦ୍ୱାରା କୃଷକମାନେ ସୌରଶକ୍ତି ବ୍ୟବହାର କରି ସ୍ୱଳ୍ପ ମୂଲ୍ୟରେ ଭଲ ଫସଲ ଅମଳ କରିପାରିବେ । କୃଷକମାନଙ୍କୁ ନିଜ ଜମିରେ ସୌର ପ୍ୟାନେଲ ସ୍ଥାପନ କରିବା ପାଇଁ ଏହି ଯୋଜନା ଖୁବ ସହାୟକ ହେବ । ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ୯୦ ପ୍ରତିଶତ ସବସିଡି ସୋଲାର ପମ୍ପ ଯୋଜନା ସବସିଡି ଭାବେ ପ୍ରଦାନ କରାଯିବ । ତେବେ ଦେଶର କୋଟି କୋଟି କୃଷକ ଏହି ଯୋଜନା ମାଧ୍ୟମରେ ଉପକୃତ ହୋଇପାରିବେ । କ୍ଷେତରେ ପାଣି ଦେବା ପାଇଁ ବିଦ୍ୟୁତ କିମ୍ବା ଟ୍ୟୁବୱେଲ ବ୍ୟବହାର କରିଥାନ୍ତି । ତେବେ ଏଥିରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କୁସୁମ ଯୋଜନା ଅଧୀନରେ ସୌର ପ୍ୟାନେଲର ସୁବିଧା ଦେବେ କେନ୍ଦ୍ର ସରକାର । ୨୦୧୯ ମସିହାରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଏଥିରେ ୯୦% ସବସିଡି ପ୍ରଦାନ କରାଯାଏ । ଏହା ମଧ୍ୟରୁ କେନ୍ଦ୍ର ସରକାରଙ୍କ ତରଫରୁ ୩୦%, ରାଜ୍ୟ ସରକାରଙ୍କ ତରଫରୁ ୩୦% ଏବଂ ଅନ୍ୟ ଆର୍ଥିକ ସଂସ୍ଥା ପକ୍ଷରୁ ୩୦% ସବସିଡି ମିଳିଥାଏ । ଅର୍ଥାତ୍ ମାତ୍ର ୧୦% ଖର୍ଚ୍ଚ ଦେଇଥାନ୍ତି ଜଣେ କୃଷକ । ତେବେ ଏଥିପାଇଁ ଆବେଦନ କରିବାକୁ ହେଲେ ପ୍ରଥମେ ସରକାରଙ୍କ ଅଫିସିଆଲ ୱେବସାଇଟକୁ ଯାଇ ଏହାର ଅନଲାଇନ ଫର୍ମ ଭରିବାକୁ ପଡିବ । ଅନଲାଇନ ଫର୍ମ ପୂରଣ କରିବା ପରେ ଆଧାର କାର୍ଡ, ଖସଡା ସହିତ ଜମିର ଦଲିଲ, ପ୍ରମାଣ ପତ୍ର, ବ୍ୟାଙ୍କ ପାସବୁକ ଇତ୍ୟାଦି ଡକ୍ୟୁମେଣ୍ଟ ପ୍ରଦାନ କରିବାକୁ ହେବ ।

Breaking News