ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ବାରିପଦା, ଝାରସୁଗୁଡା ସମେତ ରାଜଧାନୀ ଭୁବନେଶ୍ୱର ଓ କଟକରେ ତାପମାତ୍ରା ସର୍ବଧିକରହିଛି। ତେଣୁ ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସବୁ ସ୍କୁଲକୁ ଆଉ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୧୯ ଏବଂ ୨୦ ତାରିଖ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ସରକାରୀ ଏବଂ ବେସରକାରୀ ସ୍କୁଲ ସହିତ ସମସ୍ତ ଅଙ୍ଗନୱାଡି ମଧ୍ୟ ଏପ୍ରିଲ ୧୯ ଏବଂ ୨୦ ତାରିଖ ଦୁଇ ଦିନ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଏପ୍ରିଲ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବା ପାଇଁ ଘୋଷଣା କରିଥିଲେ । ତେବେ ୧୭ ତାରିଖରୁ ବର୍ଷା ହେବାର ଆଶା କରାଯାଉଥିବାରୁ ସ୍କୁଲ ଖୋଲିଥିଲା । କିନ୍ତୁ ଗ୍ରୀଷ୍ମପ୍ରବାହ ବଢିବାରୁ ପୁଣିଥରେ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….